ଦଶପଲ୍ଲା: ଦଶପଲ୍ଲା ପୁଲିସ ଗୋରୁ ବୋଝେଇ କଣ୍ଟେନରକୁ ଆଜି ଭୋରରୁ ଜବତ କରିବା ସହ ୨୫ଗୋରୁଙ୍କୁ ଉଦ୍ଧାରକରିଛି । ଗୋଟିଏ କଣ୍ଟେନର ଟ୍ରକରେ ଗୋରୁ ଚାଲାଣ ହେଉଥିବା ସୂଚନା ପାଇ ପୋଲିସ ଦଶପଲ୍ଲା ସହର ଭିତରେ ଗାଡିକୁ ଅଟକାଇବା ସମୟରେ ଡ୍ରାଇଭର୍ ଗାଡି ଛାଡି ଫେରାର୍ ହୋଇଯାଇଥିଲା ।

ଗାଡିରେ ଥିବା ଗୋଟିଏ ଗାଈର ମୃତ୍ୟୁ ହୋଇଥିବା ବେଳେ ୨୫ ଗୋଟି ଗୋରୁଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋବର୍ଦ୍ଧନପୁର ଓଁଙ୍କାର ସେବା ଆଶ୍ରମ ଟ୍ରଷ୍ଟ ଗୋଶାଲାରେ ଛାଡିଛି ପୋଲିସ । ଟ୍ରକକୁ ପୁଲିସ ଜବତ କରି ଥାନାରେ ରଖିଛି । ଖୋର୍ଦ୍ଧାବଲାଙ୍ଗିର ଜାତୀୟରାଜପଥରେ ସବୁ ସମୟରେ ଗୋଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି ।
