ପୁରୀ: ମସିହାରେ ପୁରୀ ଜିଲ୍ଲା ସତ୍ୟବାଦୀ ବୀରଗୋବିନ୍ଦପୁର ରେ ଜନ୍ମ ନେଇ ୧୯୮୧ ମସିହାରେ ଓଡ଼ିଶା ବନ ନିଗମରେ ନିଯୁକ୍ତି ପାଇ ନିଷ୍ଠା ସହକାରେ କାର୍ଯ୍ୟ ଆରମ୍ଭ କରି ଅବହେଳିତ କର୍ମଚାରୀମାନଙ୍କ ଦୁଃଖ ଅସୁବିଧାରେ ସାମିଲହୋଇ ସମାଧାନ ଲାଗି ନେତୃତ୍ୱ ନେଇଥିବା ପରୋପକାରୀ ରବୀନ୍ଦ୍ରନାଥ ଦୀକ୍ଷିତ ମେ ୬ତାରିଖରେ ସ୍ୱର୍ଗାରୋହଣ କରିଥିଲେ । ମୃତ୍ୟୁଶଯ୍ୟା ନିକଟରେ ଏକମାତ୍ର ପୁତ୍ର ପାଫୁ ଏବଂ କନ୍ୟା ସମୀକ୍ଷା, ଜ୍ୱାଇଁ, ନାତୁଣୀ ଓ ଧର୍ମପତ୍ନୀ ସବିତା ଉପସ୍ଥିତ ଥିଲେ। ରବିବାର ମଧ୍ୟାହ୍ନ ରେ ତାଙ୍କ ନିଜ ବାସଭବନ ଠାରେ ଦ୍ୱାଦଶାହ ତିଥିରେ ସ୍ମୃତିଚାରଣ ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ପାଇଁ ନିଗମର ପୂର୍ବତନ ବରିଷ୍ଠ ଓ ବିଶିଷ୍ଟନେତା ତଥା ଏକାମ୍ର ବରିଷ୍ଠ ନାଗରିକ ମଞ୍ଚ ସଫଳ ସାଧାରଣ ସମ୍ପାଦକ ଧିରେନ ପଟ୍ଟନାୟକ, ନିଗମ କର୍ମଚାରୀ ସଂଘ ପୂର୍ବତନ କାର୍ଯ୍ୟକାରୀ ସଭାପତି ତଥା ଇ ଇପିଏଫ ପେନସନ ସଂଘ ଓ ମହାସଂଘର ରାଜ୍ୟ ଉପଦେଷ୍ଟା ନଟବର ଆଚାର୍ଯ୍ୟ, ନିଗମ ପୁରୁଖା ନେତା ଅଜିତ୍ ମହାପାତ୍ର, ତ୍ରିନାଥ ସିଂ,ସନ୍ତୋଷ ବେହେରା, ମୀନା, ପ୍ରମୋଦ ରଥ , କେଳୁଚରଣ ସାମନ୍ତସିଂହାର , ପ୍ରଣବ ରାଉତରାୟ ଓ ଓବିସିସି ର ପ୍ରଭାତ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଦିବଙ୍ଗତ ଆତ୍ମାର ସ୍ମୃତିଚାରଣ ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ସ୍ୱର୍ଗତଃ ଦୀକ୍ଷିତଙ୍କର ତିନିଶହରୁ ରୁ ଉର୍ଦ୍ଧ୍ୱ ବନ୍ଧୁବାନ୍ଧବ, ପ୍ରୀୟପରିଜନ ସମେତ ଆତ୍ମାର ସଦଗତି କାମନା କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ।
