ବାରିପଦା; ଛାତ୍ର ସଂସଦ ନିର୍ବାଚନରେ ରାଇରାଙ୍ଗପୁର ମହାବିଦ୍ୟାଳୟର ନିର୍ବାଚନ ଫଳାଫଳ ଅନୁଯାୟୀ ସମସ୍ତ ପଦବୀରେ ବାଜିମାତ ମାରିଲା ଏବିଭିପି ; ସଭାପତି ଭାବରେ ଇପ୍ସିତ କୁମାର ମହାନ୍ତ, ଉପସଭାପତି ଭାବରେ ମନୀଷା ପୂର୍ତ୍ତି, ସମ୍ପାଦକ ଭାବରେ ଧନଞ୍ଜୟ ଦଳେଇ ଙ୍କ ସମେତ ମୋଟ ୧୫ ଜଣ ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ସେହିପରି ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ମୟୁରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ ସାମର୍ôଥତ ବାଲେ ଆଲଦା ସଭାପତି ଏବଂ ସଂଗୀତା ମାଝୀ ଉପସଭାପତି ଭାବେ ନିର୍ବାଚିତ ହେବା ସହିତ ମାସାର ସମସ୍ତ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।
