ବାରିପଦା /କରଞ୍ଜିଆ; କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ବେଶ ଶାନ୍ତି ଶୃଙ୍ଖଳା ର ସହିତ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି । ୧୨୦୨ ଜଣ ମତଦାତାଙ୍କ ମତଦାନ ସାବ୍ୟସ୍ତ, ଛାତ୍ର ବିଜେଡ଼ିର ସଭାପତି ଭାବେ ସଞ୍ଜୟ କୁମାର ଦେଓଗାମ, ସାଧାରଣ ସମ୍ପାଦକ ଭାବେ ବିଜୟିନୀ ବାରିକ୍ ଓ ଏବିଭିପିର ଉପସଭାପତି ସୁଜିତ୍ କୁମାର ପ୍ରଧାନ ଓ ସହ ସାଧାରଣ ସମ୍ପାଦକ ଭାବେ ଦିବ୍ୟ ରଞ୍ଜନ ସାହୁ ନିର୍ବାଚିତ ହୋଇ ଥିବାର ଜଣାଯାଇଛି ।
ତିବ୍ର ପ୍ରତିଦ୍ୱନ୍ଦିତା ଏହି ନିର୍ବାଚନ ଆଜି ପରିସମାପ୍ତି ହୋଇଛି। ଏହି ନିର୍ବାଚନରେ ୧୪୫୩ ଜଣ ମତଦାତାଙ୍କ ମଧ୍ୟରୁ ୧୨୦୨ ଜଣ ମତଦାତା ମତଦାନ ଅର୍ଥାତ୍ ୮୩ ପ୍ରତିଶତ ମତଦାନ ହୋଇଥିବା, ମହାବିଦ୍ୟାଳୟ ଅଧ୍ୟକ୍ଷ ମନୋଜ କୁମାର ସାହୁ ସୂଚନା ଦେଇଛନ୍ତି। ପୂର୍ବାହ୍ନ ୧୦ ଘଟିକା ପର୍ଯ୍ୟନ୍ତ ୫୦.୯ ପ୍ରତିଶତ, ଅପରାହ୍ନ ୧୨ ଟା ପର୍ଯ୍ୟନ୍ତ ୮୦.୭ ପ୍ରତିଶତ ଭୋଟଦାନ ହୋଇଥିଲା। ଆଜି ନିର୍ବାଚନ ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଭାବେ ହେଉଛି କି ନାହିଁ ରାଇରଙ୍ଗପୁର ପୋଲିସ ଆରକ୍ଷୀ ଅଧିକ୍ଷକ ସୁରେଶ ଚନ୍ଦ୍ର ପାତ୍ର, ପାଞ୍ଚପୀଢ ଉପଖଣ୍ଡ ପୋଲିସ ଅଧିକାରୀ ନବକୃଷ୍ଣ ନାଏକ, କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ଓ ପର୍ଯ୍ୟବେକ୍ଷକ ଭାବେ କରଞ୍ଜିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ନାୟକଙ୍କ ଉପସ୍ଥିତିରେ ତଦାରଖ କରିଥିଲେ। କରଞ୍ଜିଆ ଥାନା ପକ୍ଷରୁ ଶାନ୍ତି ଶୃଙ୍ଖଳା ବଜାୟ ରଖି ନିର୍ବାଚନ ପ୍ରକ୍ରିୟା ସୁଚାରୁରୂପେ ସମ୍ପାଦନ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ସ୍ୱରୂପ ପୋଲିସ କର୍ମଚାରୀ ମୁତୟନ କରାଯାଇଥିଲା। ଅପରାହ୍ନ ୨ ଟା ରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ସଭାପତି ଭାବେ ଛାତ୍ର ବିଜେଡ଼ି ପ୍ରାର୍ଥୀ ସଞ୍ଜୟ କୁମାର ଦେଓଗାମ ଏବିଭିପି ପ୍ରାର୍ଥୀ ଓମ୍ ପ୍ରକାଶ ସେଠୀଙ୍କୁ ୨୭, ଉପସଭାପତି ଭାବେ ଏବିଭିପି ପ୍ରାର୍ଥୀ ସୁଜିତ୍ କୁମାର ପ୍ରଧାନ ଛାତ୍ର ବିଜେଡ଼ି ପ୍ରାର୍ଥୀ ସୁହାନୀ ସାହାଙ୍କୁ ୧୦୪, ସାଧାରଣ ସମ୍ପାଦକ ଭାବେ ଛାତ୍ର ବିଜେଡ଼ି ପ୍ରାର୍ଥୀ ବିଜୟିନୀ ବାରିକ୍ ଏବିଭିପି ପ୍ରାର୍ଥୀ ସତ୍ୟବ୍ରତ ମାଝୀଙ୍କୁ ୪୩ ,ସହ ସାଧାରଣ ସମ୍ପାଦକ ଭାବେ ଏବିଭିପି ପ୍ରାର୍ଥୀ ଦିବ୍ୟ ରଞ୍ଜନ ସାହୁ ଛାତ୍ର ବିଜେଡ଼ି ପ୍ରାର୍ଥୀ ପଙ୍କଜ କୁମାର ବେହେରାଙ୍କୁ ୨୭ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ସଭାପତି ପଦ ପାଇଁ ସଞ୍ଜୟ କୁମାର ଦେଓଗାମ ୬୦୬ ଓ ଓମ୍ ପ୍ରକାଶ ସେଠୀ ୫୭୯ ଖଣ୍ଡ, ଉପସଭାପତି ପଦ ପାଇଁ ସୁଜିତ କୁମାର ପ୍ରଧାନ୬୨୦ ଖଣ୍ଡ ଓ ସୁହାନୀ ସାହୁ ୫୬୬ ଖଣ୍ଡ, ସାଧାରଣ ସମ୍ପାଦକ ପଦ ପାଇଁ ବିଜୟିନୀ ବାରିକ୍ ୬୧୪ ଖଣ୍ଡ ଏବଂ ସତ୍ୟବ୍ରତ ମାଝୀ ୫୭୧ ଖଣ୍ଡ ଏବଂ ସହ ସାଧାରଣ ସମ୍ପାଦକ ପଦ ପାଇଁ ଦିବ୍ୟରଞ୍ଜନ ସାହୁ ୬୦୬ ଭୋଟ ଓ ପଙ୍କଜ କୁମାର ବେହେରା ୫୭୯ ଖଣ୍ଡ ଭୋଟ ପାଇଛନ୍ତି।ସେହିପରି କ୍ରୀଡ଼ା ସମ୍ପାଦକ ଭାବେ ଦୂର୍ଗା ଚରଣ ମାଝୀ,ସହ କ୍ରୀଡ଼ା ସମ୍ପାଦକ ଭାବେ ଲୋଜେଶ ବେହେରା, ସାଂସ୍କୃତିକ ସମ୍ପାଦକ ଭାବେ ମମତା ହନାଗା,ବଏଜ କମନରୁମ ସମ୍ପାଦକ ଭାବେ ଜଗଦେବ ଚାତାର, ଗାର୍ଲ୍ସ କମନରୁମ ସମ୍ପାଦକ ଭାବେ ବର୍ଷାରାଣୀ ଗିରି ଏବଂ ୟୁଜି ପ୍ରଥମ ବର୍ଷ ବିଜ୍ଞାନ ପାଇଁ ସ୍ନେହାଶିଷ ପ୍ରଧାନ,ୟୁଜି ଦ୍ୱିତୀୟ ବର୍ଷ ବାଣିଜ୍ୟ ପାଇଁ ଶୁଭଶ୍ରୀ ପାତ୍ର ଏବଂ ୟୁଜି ତୃତୀୟ ବର୍ଷ ବିଜ୍ଞାନ ପାଇଁ ସ୍ମୃତି ସ୍ମରଣୀକା ସେଠୀ ଓ ବୈଜୟନ୍ତ ମହାନ୍ତ ନିର୍ବାଚନ ରେ ବିଜୟୀ ହୋଇଥିଲେ।ନିର୍ବାଚନ ଅଧିକାରୀ ଭାବରେ ଡ଼ ଅବନୀକାନ୍ତ ଦାସ ଏବଂ ସହଯୋଗୀ ଭାବେ ସତ୍ୟବ୍ରତ ସାହୁ ଓ ଦେବେନ୍ଦ୍ର ମହାପାତ୍ର ଏବଂ ପର୍ଯ୍ୟବେକ୍ଷକ ଭାବେ ଚିନ୍ତାମଣୀ ଶତପଥି କାର୍ଯ୍ୟ ପରିଚାଳନା କରିଥିଲେ।
