ପୁରୀ: ପୁରୀ ର ବୟୋଜ୍ୟେଷ୍ଠ ଫୋଟୋଗ୍ରାଫର ସ୍ୱର୍ଗତ ପ୍ରଶାନ୍ତ କୁମାର ଦ୍ୱିବେଦୀ ( ମୁନାଦା )ଙ୍କ ସ୍ମୃତି ରେ ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଠାରେ ପୁରୀ ସହର ତଥା ଜିଲ୍ଲା ର ଶତାଧିକ ଫୋଟୋଗ୍ରାଫର ମାନେ ଏକାଠି ହୋଇ ସ୍ୱର୍ଗତ ମୁନାଦା ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ, ପ୍ରଦୀପ ପ୍ରଜ୍ୱଳନ କରି ସ୍ୱର୍ଗତ ଆତ୍ମା ର ସଦଗତି କାମନା କରିଥିଲେ,ସ୍ୱର୍ଗତ ମୁନାଦା ଏକାଧାର ରେ ଜଣେ ମିଷ୍ଟଭାସି, ମେଳାପୀ, ବନ୍ଧୁ ବତ୍ସଳ ସ୍ୱଭା୍ୱ ର ଥିଲେ, ଫଟଗ୍ରାଫି ରେ ନିଶା ରଖି ସମୟ କ୍ରମେ ପେସା ରେ ପରିଣତ କରି ଅନେକ ଫୋଟୋଗ୍ରାଫର ଙ୍କ ପାଇଁ ଜଣେ ମାର୍ଗଦର୍ଶକ ର ପରିଚୟ ସୃଷ୍ଟି କରିଥିଲେ, ବନ୍ୟା, ବାତ୍ୟା ସମୟ ରେ ଜୀବନ କୁ ଖାତିର ନକରି ସେ ପରିସ୍ଥିତି କୁ ସାମନା କରିବାର ସାହସ ରଖିଥିଲେ, ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ରେ ଆଗ ଧାଡି ରେ ରହିବା ର ଭୂମିକା ଆଗରେ ତାଙ୍କ ବୟସ ବି ହାର ମାନିଗଲା, ପୁରୀ ର ସମସ୍ତ ଫୋଟୋଗ୍ରାଫର ଭାଇ ମାନେ ଏକାଠି ହୋଇ ସ୍ୱର୍ଗତ ମୁନାଦା ଙ୍କ କାର୍ଯ୍ୟଶୈଳୀ କୁ ପ୍ରଶଂସା କରିବା ସହିତ ଅମର ଆତ୍ମା ର ସଦଗତି ନିମନ୍ତେ ପ୍ରଭୂ ଜଗନ୍ନାଥ ଙ୍କ ନିକଟରେ ପ୍ରାଥନା କରଥିଲେ ।
