କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅନ୍ତର୍ଗତ ସନ୍ଧିକୁଳିହାରୀ ତେଲନଦୀ ବ୍ରିଜ୍ ଉପରେ ଏକ ଭୟାନକ ଦୁର୍ଘଟଣା ଘଟି ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇ ଡାକ୍ତର ଖାନାରେ ଚିକିତ୍ସା ହେଉ ଥିବା ଜଣାପଡ଼ିଛି।ପ୍ରାପ୍ତ ଖବର ରୁ ପ୍ରକାଶ ଯେ,ଟ୍ରାକ୍ଟର ସହ ଦୁର୍ଘଟଣା ହୋଇ ଥିବା ଦୁଇ ଯୁବକ ଧର୍ମଗଡ ଥାନା ସନ୍ଧିକୁଳିହାରୀ ଗାଁର ନରେଶ ସାହୁ ଓ ଜିତୁ ସାହୁ।ସୂଚନା ଅନୁଯାଇ ନରେଶ ଓ ଜିତୁ ଏକ ବାଇକ ରେ ନିଜ ଗାଁ ସନ୍ଧିକୁଳିହାରୀ ରୁ ଧର୍ମଗଡ କୁ ନିଜ କାମ ପାଇଁ ଆସୁଥିବା ବେଳେ ଛତିଶଗଡ (ଦେଭୋଗ)ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରାକ୍ଟର ଦୁଇ ବାଇକ ଆରୋହୀ ଙ୍କୁ ପଛପଟୁ ଯୋର ରେ ଧକ୍କା ଦେଇଥିଲା ।ବାଇକ ଟି ଟ୍ରାକ୍ଟର ର ଯୋର ରେ ଧକ୍କା ଖାଇବା ଫଳରେ ଦୁଇ ବାଇକ ଆରୋହୀ ବସିଥିବା ବାଇକ ଟି ତେଲ ନଦୀ ବ୍ରିଜର ସୁରକ୍ଷା ବାଡ଼ ଉପରେ ଚଡି ଯିବାରୁ ଦୁହେଁ ବ୍ରିଜ ଉପରେ ଛିଟିକି ପଡ଼ିଥିଲେ ।ନିକଟରେ ଥିବା ଲୋକେ ଦୁର୍ଘଟଣା କୁ ଦେଖି କିଛି କ୍ଷଣ ପାଇଁ ଭୟଭୀତ ହୋଇ ସ୍ତବଦ ହୋଇ ଯାଇଥିଲେ ।ପରେ ଆମ୍ବୁଲାନ୍ସ କୁ ଡାକି ଦୁହେଁ ଙ୍କୁ ଧର୍ମଗଡ ଡାକ୍ତର ଖାନାକୁ ଚିକିତ୍ସା ପାଇଁ ପଠାଇ ଦେଇଥିଲେ ।ଉଭୟଙ୍କୁ ପ୍ରଥମେ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଧର୍ମଗଡ ଡାକ୍ତର ଅଧିକ ଚିକିତ୍ସା ନିମନ୍ତେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଲୟ ଭବାନୀପାଟଣା କୁ ସ୍ଥାନାନ୍ତର କରାଇଥିଲେ ।ଖବର ପାଇ ପରିବାର ଲୋକେ ଡାକ୍ତର ଖାନାକୁ ପହଂଚିଥିଲେ ।ଏ ସଂକ୍ରାନ୍ତରେ ପରିବାର ଲୋକେ ଧର୍ମଗଡ଼ ଥାନାରେ ଏତଲା ଦେଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଗ୍ରସ୍ତ ଦୁଇଟି ଗାଡି କୁ ପୋଲିସ ଉଠାଇ ନେଇ ଥାନାରେ ଅଟକ ରଖିଥ?ିବା ଜଣା ପଡିଛି ।ଏପଟେ ଦୁଇ ଗୁରୁତର ଜୀବନ ମରଣ ସହ ସଂଗ୍ରାମ କରୁଥିବା ଜଣା ପଡିଛି ।
