ଭଞ୍ଜନଗର: ସ୍ଥାନୀୟ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ରେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର ବିପୁଳ ବିଜୟ ଘଟିଛି। ନିର୍ବାଚନ ହୋଇଥିବା ସମସ୍ତ ପଦବୀରେ ଏବିଭିପି ର ପ୍ରାର୍ଥୀ ମାନେ ବିଜୟ ଲାଭ କରିଛନ୍ତି। ମିଳିଥିବା ସୂଚନା ପ୍ରକାରେ ସଦ୍ୟ ଶେଷ ହୋଇଥିବା ଛାତ୍ର ସଂସଦ ନିର୍ବାଚନ ରେ ସଭାପତି ଭାବେ ଶିବାଜୀ ମଲ୍ଲିକ, ଉପସଭାପତି ଭାବେ ବିଷ୍ଣୁ ପ୍ରସାଦ ନାୟକ, ସାଧାରଣ ସମ୍ପାଦକ – ସିଏଚ ସୂର୍ଯ୍ୟମ୍ ପାତ୍ର, ସହ ସମ୍ପାଦକ – ରାକେଶ କୁମାର ଗୁରୁ, ନାଟ୍ୟ ସମ୍ପାଦକ – ରିତେଶ କୁମାର ବେହେରା, କ୍ରୀଡା ସମ୍ପାଦକ – ଶୋହନ କୁମାର ସ୍ୱାଇଁ, ଡିଏସଏ ସମ୍ପାଦକ – ଅମିତ୍ ନାଇକ ଓ ଏସଏସଜି ସମ୍ପାଦକ ଭାବରେ ଗଙ୍ଗା ନାଇକ ନିର୍ବାଚିତ ହୋଇଛନ୍ତି। ସେହିପରି ସ୍ଥାନୀୟ ସାବିତ୍ରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦ ନିର୍ବାଚନ ରେ ମଧ୍ୟ ଏବିଭିପି ର ସମସ୍ତ ପ୍ରାର୍ôଥନୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା ଜଣାପଡିଛି। ଏଠାରେ ସଭାନେତ୍ରୀ ଭାବେ ଦୀପିକା ପ୍ରଧାନ, ଉପ ସଭାନେତ୍ରୀ ଶ୍ରୁଶିତା ପଣ୍ଡା, ସାଧାରଣ ସମ୍ପାଦକା – ଅଙ୍କିତା ଗୌଡ, ସହ ସମ୍ପାଦିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ଷଡ଼ଙ୍ଗୀ, ସାଂସ୍କୃତିକ ସମ୍ପାଦିକା – ସ୍ମୃତି ରେଖା ସ୍ୱାଇଁ, ସହ ସାଂସ୍କୃତିକ ସଂପାଦିକା ଅଙ୍କିତା ଗୌଡ, କ୍ରୀଡା ସମ୍ପାଦିକା ପୁଷ୍ପାଞ୍ଜଳୀ ସେଠୀ ଓ ନନ୍ଦିନୀ ନାଇକ – ନାଟ୍ୟ ସମ୍ପାଦିକା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିବା କଲେଜ ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ପ୍ରଧାନ ସୂଚନା ଦେଇଛନ୍ତି।
