filter: 0; fileterIntensity: 0.0; filterMask: 0; captureOrientation: 0; runfunc: 0; algolist: 0; multi-frame: 1; brp_mask:0; brp_del_th:null; brp_del_sen:null; motionR: 0; delta:null; module: video;hw-remosaic: false;touch: (-1.0, -1.0);sceneMode: null;cct_value: 0;AI_Scene: (-1, -1);aec_lux: 0.0;aec_lux_index: 0;albedo: ;confidence: ;motionLevel: -1;weatherinfo: weather?null, icon:null, weatherInfo:100;temperature: 41;zeissColor: bright;
ପିପିଲି: ଡେଲାଙ୍ଗ ହରିପୁର ବୋମା ମାଡ଼ ଘଟଣା ରେ ଅଟକ ଥିବା ୪ ଜଣ ବ୍ୟକ୍ତି ଙ୍କୁ ଛାଡ଼ିବା ପାଇଁ ପିପିଲି ଥାନା ଘେରାଉ କଲେ ଶତାଧିକ ଲୋକେ। ଦୋଷୀ ମାନଙ୍କୁ ନ ଧରି ପୋଲିସ ନିର୍ଦୋଷ ଲୋକ ମାନଙ୍କୁ ଉଠାଇ ଆଣିଥିବା ଅଭିଯୋଗ କରିଥିଲେ ଅଟକ ଥିବା ଲୋକଙ୍କ ପରିବାର ଲୋକେ । ତେବେ ତୁରନ୍ତ ସେମାନଙ୍କୁ ଛଡାଯାଉ ବୋଲି ଜିଦ୍ ଧରି ପିପିଲି ଥାନା ସମ୍ମୁଖରେ ଧାରଣା ପ୍ରତିବାଦ ଧାରଣା ଦେଇଥିଲେ ଉକ୍ତ ପରିବାର ଲୋକଙ୍କ ସହ କିଛି ଦଳିୟ କର୍ମୀ। ଏଭଳି ଘଟଣା ଆଜି ଅପରାହ୍ନ ୩ଟା୩୦ ରେ ହୋଇଥିଲା ବେଳେ ପ୍ରାୟ ଏକ ଘଣ୍ଟା କାଳ ପିପିଲି ପୋଲିସ କୁ ନାକେଦମ୍ ହେବାକୁ ପଡ଼ିଥିଲା। ଶେଷରେ ଘଟଣା ନେଇ ପୁରୀ ଏସପି ହସ୍ତକ୍ଷେପ ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ଆଇନ୍ ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ପିପିଲି ଥାନାରେ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା। ସୂଚନାଯୋଗ୍ୟ ଡେଲାଙ୍ଗ ଗୋଡିପୁଟ ମାଟିଆପଡା ପଂଚାୟତ ଅନ୍ତର୍ଗତ ହରିପୁର ଗ୍ରାମ ପଂଚାୟତ କଲେଜ ପଛପଟ ଗହୀର ଫାର୍ମ ହାଉସ ଉପରେ ଗତ ୧୩ ତାରିଖ ରାତି ୧୧ଟା ରେ ବୋମାମାଡ ସହିତ ଗୁଳିକାଣ୍ଡ ଭଳି ଘଟଣା ଘଟିଥିଲା । ଏହି ବୋମାମାଡ ଘଟଣାରେ ହରିପୁର ଗାଁ ର ଦୁଇ ଜଣ ଆହତ ହୋଇଥିଲେ । ଖଣି କାରବାର କୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଏଭଳି କାଣ୍ଡ ହୋଇଥିଲା ବୋଲି କୁହାଯାଉଥିବା ବେଳେ ଗ୍ରାମର ପ୍ରବୀର ଜେନା ଡେଲାଙ୍ଗ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ପ୍ରବୀର ଙ୍କ ଅଭିଯୋଗକ୍ରମେ ଡେଲାଙ୍ଗ ଥାନାରେ ୧୩୬/୨୬ରେ ଏକ ମାମଲା ରୁଜୁ କରାଯାଇଥିଲା । ଅଭିଯୋଗ ଆଧାରରେ ଡେଲାଙ୍ଗ ପୋଲିସ ୪ଜଣ ଙ୍କୁ ଅଟକ ରଖିଥିଲା । ଅଟକ ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟ ଚାଳଣ କରିବା ପାଇଁ ପିପିଲି ଥାନାକୁ ଅଣାଯାଇଥିଲା । କିନ୍ତୁ ପିପିଲି ଥାନା ସମ୍ମୁଖରେ ଶତାଧିକ ମହିଳା ପୁରୁଷ ମାନେ ଡେଲାଙ୍ଗ ପୋଲିସ ନିର୍ଦ୍ଦୋଷମାନଙ୍କୁ ଧରି ଆଣିଛି ସେମାନଙ୍କୁ ଛାଡିବା ଦାବୀ କରି ଧାରଣା ଦେବା ସହ ପ୍ରତିବାଦ କରିଥିଲେ । ପରେ ପରିସ୍ଥିତ ଅଣାୟତ ହେବାରୁ ପିପିଲି ଥାନା ଅଧିକାରୀ ସୈାମେନ୍ଦୁ ଶେଖର ତ୍ରିପାଠୀ ସେମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଶେଷରେ ୪ଅଟକ ବ୍ୟକ୍ତିଙ୍କୁ ପୋଲିସ ଗାଡି ଦ୍ୱାରା ଡେଲାଙ୍ଗ ଥାନା କୁ ନିଆଯାଇ ସେମାନଙ୍କୁ ପିଆର ବଣ୍ଡରେ ଛଡାଯାଇଥିବା ସହ ତଦନ୍ତରେ ପୁର୍ଣ୍ଣ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଥାନା ଅଧିକାରୀ ପୁର୍ଣ୍ଣଚନ୍ଦ୍ର ସେଠୀ ସୁଚନା ଦେଇଛନ୍ତି ।
