ପୁରୀ: ଶନିବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଙ୍କ ଆଗମନ ସମୟରେ ଉତ୍କଳ ବିଦ୍ୱତ୍ ପରିଷଦ ର ସଭାପତି ମନୋଜ ରଥଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ସାକ୍ଷାତ କରି ପୁରୀ ରେ କେନ୍ଦ୍ରୀୟ ବିଦ୍ୟାଳୟ ର ଦ୍ୱିତୀୟ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଅନୁରୋଧ ପତ୍ର ଓ ତିନି ପୃଷ୍ଠା ସମ୍ବଳିତ ଯଥାର୍ଥତା ବିବରଣୀ ସଂଲଗ୍ନ କରି ପ୍ରଦାନ କରିଥିଲା । ଶ୍ରୀ ରଥ ମନ୍ତ୍ରୀ ଙ୍କୁ କହିଥିଲେ ଯେ ପୁରୀରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବାର ଷାଠିଏ ବର୍ଷ ବିତି ଯାଇଛି ଏବଂ ପୁରୀ ପୌରପାଳିକା ରୁ ମହାନଗର ନିଗମ ହେଇ ସାରିଛି । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ଓ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ବଢିଛି । ପୁରୀ ଭୌଗଳିକ ପରିଧି ବଢିବା ସହିତ ଜନ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି । ପୁରୀ ରେ କେନ୍ଦ୍ରୀୟ ବିଦ୍ୟାଳୟ ର ଦ୍ୱିତୀୟ କ୍ୟାମ୍ପସ ପ୍ରତିଷ୍ଠା ହେଲେ ଅନେକ ମେଧାବୀ ଛାତ୍ର ଛାତ୍ରୀ ଲାଭାନ୍ୱିତ ହେବେ । ଆଶା କରାଯାଉଛି ଯେ କେନ୍ଦ୍ର ମନ୍ତ୍ରୀ ଏହାର ଯଥାର୍ଥତା ଅନୁଭବ କରି ଯଥାଶୀଘ୍ର ପଦକ୍ଷେପ ନେବେ । ଏହି ପ୍ରତିନିଧି ମଣ୍ଡଳ ରେ ବିଜୟ କୃଷ୍ଣ ବ୍ରହ୍ମା , ବିରଂଚି ନାରାୟଣ ମିଶ୍ର , ଚିତ୍ତରଞ୍ଜନ ବିଶ୍ୱାଳ , ମନୋଜ ଅଗ୍ରୱାଲ ପ୍ରମୁଖ ସାମିଲ ହୋଇଥିଲେ ।
