ପୁରୀ: ଦତ୍ତତୋଟା ସ୍ଥିତ ଉତ୍କଳ ବଚପନ ସ୍ଲୁଲ ପରିସରରେ ଗ୍ରୀଷ୍ମକାଳୀନ ଶିବିର ଶନିବାର ସକାଳେ କୁନି କୁନି ଛାତ୍ରଛାତ୍ରୀ ମାନେ ଯୋଗ, ପିରାମିଡ, ହସ୍ତ କଳାକୃତିରେ ୟୁଜ ଆଣ୍ଡ ଥ୍ରୋ କପରେ ବିଭିନ୍ନ ଫୁଲ ଝୁଡିରେ ରଙ୍ଗୀନ ଉଲ ଲଗାଇ ନିଖୁଣ ଫୁଲଦାନି ତିଆରି କରି କମାଲ ଦେଖାଇଛନ୍ତି । ଏଥିସହ ନୃତ୍ଯ କରି ଆନନ୍ଦିତ ହୋଇଛନ୍ତି । ସ୍ଲୁଲର ପରିଚାଳନା ନିର୍ଦ୍ଦେଶକ ପ୍ରଦ୍ୟୁମ୍ନ ମିଶ୍ରଙ୍କ ତତ୍ତ୍ୱାବଧାନରେ ଶିବିରରେ ସ୍ଲୁଲର ପ୍ରିନସିପାଲ ରୀନା ରାୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗ୍ରୀଷ୍ମକାଳୀନ ଶିବିରରେ ପିଲାମାନେ ଶୃଙ୍ଖଳିତ ଭାବେ ଆଗ୍ରହ ଓ ଉତ୍କଣ୍ଠାର ସହ ୟୁଜ ଆଣ୍ଡ ଥ୍ରୋ କପ ଓ ଗ୍ଲାସରେ ନାଲି ନେଳି ସହ ବିଭିନ୍ନ ରଙ୍ଗର ଉଲ ଲଗାଇ ତିଆରି କରିଛନ୍ତି ଛୋଟ ଛୋଟ ଫୁଲଦାନି । ପିଲାମାନଙ୍କ ଏହି ହସ୍ତକଳା କାରୁକାର୍ଯ୍ୟପୂର୍ଣ୍ଣ ଦେଖିବାକୁ ମିଳିଥିଲା । ଏଥିରେ ରଙ୍ଗବେରଙ୍ଗର ଫୁଲଦାନି ପ୍ରସ୍ତୁତ କରି ଉତ୍ସାହିତ ହୋଇଥିଲେ । ରଙ୍ଗ ବେରଙ୍ଗର ଫୁଲଦାନି ବହୁତ ସୁନ୍ଦର ହୋଇଥିଲା । ସମର କ୍ଯାମ୍ପର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏହି ହସ୍ତ କଳାକୃତିର ଫୁଲଦାନି ପ୍ରଶିକ୍ଷଣ ଦେଇଥିଲେ । ସ୍ଲୁଲର କୁନି କୁନି ଛାତ୍ରଛାତ୍ରୀ ମାନେ ସମର କ୍ଯାମ୍ପ ଡ୍ରେସ ବ୍ଲୁ ଗଞ୍ଜି ସହ କଳା ପ୍ଯାଣ୍ଟ ପିନ୍ଧି ଯୋଗ କରିବା ସହ ନୃତ୍ଯ ପରିବେଷଣ ବେଶ ମନୋରମ ହୋଇଥିଲା । ସବୁଦିନ ପରି ସମର କ୍ଯାମ୍ପର ସକାଳେ ଯୋଗ ଅଭ୍ଯାସ କରି ସୁସ୍ଥ ରହିବା ସହ ନୀରୋଗ ଓ ସୁନ୍ଦର ଶରୀର ମନ ପ୍ରଫୁଲ୍ଲ ରଖିବା ଉଦ୍ଦେଶ୍ଯ ନେଇ ଯୋଗ ଗୁର ଆଲୋକ କୁମାର ସ୍ୱାଇଁଙ୍କ ଦ୍ୱାରା ଯୋଗ କରିଥିଲେ । ଶେଷରେ ଡ୍ଯାନ୍ସ ଧମାକାରେ ଝୁମିଥିଲେ ଛାତ୍ରଛାତ୍ରୀ । ଉତ୍ସାହିତ ପିଲାମାନଙ୍କୁ ନୃତ୍ଯ ଗୁରୁ ନାରାୟଣ ବେଜ ନାଚ ପ୍ରଶିକ୍ଷଣ ଦେଇ ନୃତ୍ଯ ପରିବେଷଣ କରାଇଥିଲେ । ମେଁ ନିକିଲା ଗାଡି ଲେକ , ମେ ନାଚୁ ଆଜି ଛମ ଛମ ଗୀତର ମ୍ୟୁଜିକ୍ ତାଳେ ତାଳେ ଡ୍ଯାନ୍ସ କରିଥିଲେ । ସିଙ୍ଗଲ ଡ୍ଯାନ୍ସ ଓ ଗ୍ରୁପ ଡ୍ଯାନ୍ସରେ ଉତ୍ସାହିତ ହୋଇଥିଲେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀମାନଙ୍କ ନୃତ୍ଯ ପରିବେଷଣ ଦ୍ୱାରା ମାନସିକ ସୁସ୍ଥ ରହିବା ସହ ମନ ପ୍ରଫୁଲ୍ଲ ରହିଥିବା ଦେଖାଯାଇଥିଲା । ପ୍ରତ୍ଯୁଷା ପ୍ରିୟଦର୍ଶିନୀ, ପ୍ରଗତି ପ୍ରିୟଦର୍ଶିନୀ, ଆୟାଂଶା ପଟ୍ଟନାୟକ, ଶ୍ରେୟାଂଶ ମିଶ୍ର, ରେୟାଂଶ ରଞ୍ଜନ ବଳିଆରସିଂହ, ଆଶୁତୋଷ ତ୍ରିପାଠୀ,ସମ୍ଯୁକ୍ତା ମହାରଣା, ଆରୁଷି ପଣ୍ଡା,ଦେବାଂଶି ପ୍ରଧାନ, ଶିବାଂଶୀ ବେହେରା, ଟି.ରିୟାଂଶୀ, ଆହାନ ଘୋଷ, ଆହିର ଘୋଷ, ଇଭାନି ଦାଶ,ଅଦ୍ଯୁକି ପଟୁଆରୀ, ଇଧିକା ଚାନ୍ଦ, ସୁଶ୍ରୁତ ପତି, ସାଇକ୍ରିଷ୍ଣା ସେନାପତି, ଆୟୁଷ୍ମାନ ସେନାପତି,ସ୍ୱଂୟପ୍ରଭା ମଲ୍ଲ ପ୍ରମୁଖ ଛାତ୍ରଛାତ୍ରୀ ମାନେ ସମର କ୍ଯାମ୍ପରେ ଅଂଶଗ୍ରହଣ କରି ଭରପୁର ମଜା ଉଠାଇଥିଲେ । ସ୍ଲୁଲର ଶିକ୍ଷୟିତ୍ରୀ ରାଜକୁମାରୀ କୁଣ୍ଡୁ, କବିତା ଦାସ, ସୁପ୍ରଭା ମହାନ୍ତି, ରୋଜାଲିନ ନାୟକ ପ୍ରମୁଖ ଶିବିର ସହଯୋଗ କରିଥିଲେ ।
