ପୁରୀ: ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଲାଗିବ ନୂଆ ଦ୍ୱାର। ହସ୍ତୀ ଦ୍ୱାର ତଥା ଉତ୍ତର ଦ୍ୱାର ଭିତର ଗୁମୁଟରେ ଲାଗିବ ପିତଳ ଆଚ୍ଛାଦିତ ବର୍ମାଟିକ କାଠରେ ପ୍ରସ୍ତୁତ ନୂଆ ଦ୍ୱାର । ଜଣେ ଓଡ଼ିଆ ଦାତାଙ୍କ ଆଗ୍ରହ ଓ ଦାନରେଏହି କାର୍ଯ୍ୟ ସମ୍ପନ୍ନ ହୋଇଛି।ଏହା ଦେଖିବା ପାଇଁ ଅତି ସୁନ୍ଦର ହୋଇଛି। ଏହି ଦ୍ୱାରର ଲମ୍ବ ୧୩ଫୁଟ ୬ ଇଞ୍ଚ ଚଉଡା ପ୍ରେମ ୪୨ଇଞ୍ଚ ୩ ପା ରହିଥ?ିବା ବେଳେ ଦ୍ୱାର ର ପଛପଟ ପଟାର ଲମ୍ବ ୧୩ ଫୁଟ ୧୦ଇଞ୍ଚ ଓ ଚଉଡା ୪୮ ଇଞ୍ଚ ରହିଛି । ଏଥିରେ ୩ କ୍ୱିଣ୍ଟାଲ ପିତଳ ବ୍ୟବହାର କରାଯାଇଛି।ଏହି ଦ୍ୱାର କଟକ ନିକଟସ୍ଥ ତାରପୁର ବରତି ଗ୍ରାମରେ ପ୍ରସ୍ତୁତ କରାଯାଇଛି । କାରିଗର ପ୍ରମୋଦ ଓଝା ଓ ସହଯୋଗୀମାନେ ମିଶି ୩ ମାସ ଧରି ଉକ୍ତ ଦ୍ୱାର ର ନିର୍ମାଣ କରିଥିଲେ। ଶୁକ୍ରବାର ଏହି ନୂତନ କବାଟ ଉତ୍ତର ଦ୍ୱାର ଠାରେ ପହଞ୍ଚିଛି। ଆସିଥିବା କାରିଗର ମାନେ ରାତିରେ ଏହି ଦ୍ୱାର କୁ ଲଗାଇବାର କାର୍ଯ୍ୟକ୍ରମ ରହିଛି । ଉତ୍ତର ଦ୍ୱାର ଭିତର ଗୁମୁଟ ଦ୍ୱାର କୁ ପିତଳ ଆଚ୍ଛାଦିତ କରିବା ପାଇଁ ଜଣେ ଓଡ଼ିଆ ଦାତା ଶ୍ରୀମନ୍ଦିର ପ୍ରଶାସନକୁ ଆଗ୍ରହ ପ୍ରକାଶ କରିଥିଲେ। ପ୍ରଶାସନ ଅନୁମତି ଦେବା ପରେ କବାଟ ଉପରେ ଲାଗିବାକୁ ଥ?ିବା ପିତଳ ଚାଦର ଡିଜାଇନକୁ ଗଜପତି ମହାରାଜା ଦିବ୍ୟସିଂହଦେବ ଅନୁମୋଦନ ଦେଇଥିଲେ । ଅନୁମୋଦନ ପରେ ଦାତା ଜଣଙ୍କ କବାଟର ମାପଚୁପ କରି ନେଇଥିଲେ । ବାହାରୁ ଅତି ଉଚ୍ଚ ମାନର ପିତଳ ମଗାଇ ଅନୁମୋଦିତ ଡିଜାଇନ ଅନୁଯାୟୀ ଏହାକୁ ତିଆରି କରିଥିଲେ । ଏହା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବର୍ମାଟିକ କାଠରେ ଉତ୍ତରଦ୍ୱାର ଭିତର ଗୁମୁଟ ପାଇଁ ନୂଆ କବାଟତିଆରି କରା ଯାଇଥିଲା । ସୂଚନା ଯୋଗ୍ୟ ଅରୁଣ ସ୍ତମ୍ଭ ଚତୁଃପାର୍ଶ୍ୱର୍ରେ ଲାଗିଥ?ିବା ପିତଳ ବ୍ୟାରିକେଡ ଯେଉଁ ଦାତା ପ୍ରଦାନ କରିଥିଲେ । ସେହି ଦାତା ହିଁ ଏହା ପ୍ରଦାନ କରିଛନ୍ତି। ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁଏଭଳି ଦାତାମାନେ ଆଗେଇ ଆସୁଥ?ିବାରୁ ଭକ୍ତମାନେ ଖୁସିବ୍ୟକ୍ତ କରିଛନ୍ତି ।
