ପୁରୀ: ବହୁ ପ୍ରତୀକ୍ଷିତ ସମାଜସେବୀ କବି କୃଷ୍ଣ ଜଗଦ୍ଦେବଙ୍କ ରଚିତ କବିତା କୁସୁମାଞ୍ଜଳି ଆଜି ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପ୍ରେକ୍ଷାଳୟରେ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କବିତା କୁସୁମାଞ୍ଜଳିର କ୍ୱି କୃଷ୍ଣ ଜଗଦ୍ଦେବ ଆଧ୍ୟାତ୍ମିକ ଦେଶଭକ୍ତି ଓ ସମାଜର ବିଭିନ୍ନ ସମସ୍ୟା ନେଇ ଯେଉଁ ସବୁ ବିଷୟର ଉପସ୍ଥାପନା କରିଛନ୍ତି ସେ ସବୁ ଉତ୍ତରପିଢ଼ି ପାଇଁ ପ୍ରେରଣାପ୍ରଦ ହେବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବରେ ପ୍ରଫେସର ବସନ୍ତ କୁମାର ପଣ୍ଡା, ବିଶିଷ୍ଟ ସାହିତ୍ୟିକ ତଥା ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ, କ୍ୱି ରକ୍ଷକ ନାୟକ, ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଢଙ୍ଗୀ କବିତା କୁସୁମାଞ୍ଜଳି ପୁସ୍ତକର ସମୀକ୍ଷା କରି ଏହାର ଉଚ୍ଚ ପ୍ରଶଂସା କରିଥିଲେ । ପ୍ରାରମ୍…
