ପୁରୀ: ବୁଧବାର ଭିଆଇପି ରୋଡ ସ୍ଥିତ ବ୍ଲେସେଡ ସାକ୍ରାମେଣ୍ଟ ହାଇସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିବେଶ ସ୍ୱଚ୍ଛତା ଆଭିମୁଖ୍ୟ ପୂର୍ବକ ଏକ ବିଶେଷ ଶୋଭାଯାତ୍ରା ଗାନ୍ଧୀଜୀଙ୍କ ପଦାଙ୍କରେ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୭ ଘଟିକା ସମୟରେ ବିଦ୍ୟାଳୟର ୨୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏହି ଶୋଭାଯାତ୍ରାରେ ବିଦ୍ୟାଳୟରୁ ବାହାରି ଭିଆଇପି ରୋଡରେ ଠାରେ ଏକ ମାନବ ଶୃଙ୍ଖଳ ପ୍ରଦର୍ଶନ କରିଥିଲେ। ଏହି ସମୟରେ ପରିବେଶ ସ୍ୱଚ୍ଛତା ରକ୍ଷା ଓ ଆବଶ୍ୟକତାକୁ ପାଥେୟ କରି ବିଭିନ୍ନ ପୋଷ୍ଟର ବ୍ୟାନର ୧ ଘଣ୍ଟା ଧରି ପ୍ରଦର୍ଶନ କରି ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟିଥିଲେ । ଏହା ପରେ ଏହି ସଚେତନତା ଯାତ୍ରା ରମାବଲ୍ଲଭ ରୋଡ, ଏସିସ କଲେଜ ରାସ୍ତା ଦେଇ ଚାଖି ଖୁଣ୍ଟିଆ ଛକ ସେଠାରୁ ଜିଲ୍ଲା ସ୍କୁଲ ଛକ ହୋଇ ବିଦ୍ୟାଳୟକୁ ଫେରିଥିଲେ। ଏହି ସଚେତନତା ଶୋଭାଯାତ୍ରାକୁ ବିଦ୍ୟାଳୟର ପ୍ରିନ୍ସିପାଲ ସିଷ୍ଟର ବିନ୍ଦୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏହି ସଚେତନତା ଯାତ୍ରାକୁ ବିଦ୍ୟାଳୟର ଶିକ୍ଷକ ମନୋଜ କୁମାର ମହାନ୍ତି, ଅଜୟ ଭଟ୍ଟାଚାର୍ଯ୍ୟ, ଦେବାଶିଷ ମିଶ୍ର, ସଞ୍ଜୟ କୁମାର ନାୟକ, ସୁଶୀଲ କୁମାର ସେଠୀ ଓ ଶିକ୍ଷୟତ୍ରୀ ଜ୍ୟୋତି ମିଶ୍ର,ପୁଷ୍ପିତା ସାହୁ ଓ ମୋନାଲିସା କାନୁନଗୋ ସହ ଅନ୍ୟ କର୍ମଚାରୀ ମାନେ ପରିଚାଳନା କରିଥିଲେ। ଏହି ଶୋଭାଯାତ୍ରାକୁ ଅଭିଭାବକ ମାନେ ସହଯୋଗ କରିବା ସହିତ ଏହି ଅଭିଯାନକୁ ପ୍ରଶଂସା କରିଥିଲେ।
