ପୁରୀ: ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ୭୦ ରୁ ଉର୍ଦ୍ଧ୍ୱ ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା। ପ୍ରାରମ୍ଭ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସୁଚରିତା ପ୍ରତିହାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଚକ୍ରଧର ମହାପାତ୍ର, ପଞ୍ଚସଖା ଶିକ୍ଷା ସେତୁ ଅଧ୍ୟକ୍ଷ ସୁକାନ୍ତ ପଣ୍ଡା, ପ୍ରାକ୍ତନ ମଣ୍ଡଳ ଶିକ୍ଷାଧିକାରୀ ପ୍ରମୋଦ କୁମାର କର, ବିଦ୍ୟାଳୟ ର ପ୍ରାକ୍ତନ ବରିଷ୍ଠ ବିଜ୍ଞାନ ଶିକ୍ଷକ ଗୌରୀ ଶଙ୍କର ଚୈନୀ ପ୍ରମୁଖ ଯୋଗ ଦେଇ କୁନିକୁନି ପିଲାମାନଙ୍କୁ ବିଜ୍ଞାନ ମନସ୍କ କରିବା ଏବଂ ସଦାସର୍ବଦା ସେମାନଙ୍କ ମନରେ କିଛି ନୂଆ ଜିନିଷ ସୃଷ୍ଟି କରିବାର ସ୍ୱପ୍ନ ଦେଖିବା ହିଁ ସଫଳତାର ଚାବିକାଠି ବୋଲି କହିଥିଲେ। ଅତିଥି ମାନଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ନୂତନ କ୍ରୀଡା କକ୍ଷ ଓ ଏଫ୍. ଏଲ୍.ଏନ୍ ଗୃହର ଉଦଘାଟନ କରାଯାଇଥିଲା। କୁନିକୁନି ବିଜ୍ଞାନୀ ଙ୍କ ଦ୍ୱାରା ପ୍ରସ୍ତୁତ ବିଜ୍ଞାନ ପ୍ରକଳ୍ପ ଗୁଡିକ କୁ ଶିକ୍ଷାବିତ୍ ପ୍ରମୋଦ କୁମାର କର ଏବଂ ଶିକ୍ଷାବିତ୍ ଗୌରୀ ଶଙ୍କର ଚୈନୀ ବିଚାରକ ଭାବେ ମୂଲ୍ୟାୟନ କରିଥିଲେ। ଏହି ଅବସରରେ ଏଫ୍. ଏଲ୍.ଏନ୍ କକ୍ଷରେ କୁନିକୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ମନୋମୁଗ୍ଧକର ଶିକ୍ଷା ସମ୍ବନ୍ଧୀୟ ନୃତ୍ୟ ପରିବେଷଣ କରାଯାଇଥିଲା। ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ରଶ୍ମିତା ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବିଜ୍ଞାନ ଶିକ୍ଷୟିତ୍ରୀ ଦମୟନ୍ତୀ ବିଶ୍ୱାଳ,ପୁଷ୍ପାରାଣୀ ପଣ୍ଡା, ପ୍ରମୋଦିନୀ ମିଶ୍ର,ନିରୁପମା ବିଶ୍ୱାଳ, ସରସ୍ୱତୀ ମହାରଣା, ଶିକ୍ଷକ ଗୌତମ ମହାପାତ୍ର, ମିଥୁନ କୁମାର ହରିଚନ୍ଦନ, ଆଦର୍ଶ ଦଳାଇ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଦ୍ୟାର୍ଥୀ ମାନେ ସେମାନଙ୍କ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ସ୍ୱପ୍ନାରାଣୀ ହୋତା ଧନ୍ୟବାଦ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ କୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ ରହିଥିଲା।
