ପାରାଦୀପ: ପାରାଦୀପ ଲକ ଥାନା ପିସିଆର ଗାଡି ଡ୍ରାଇଭର ବିକ୍ରମ ମଲ୍ଲିକ (୨୭) ଡାକ ନାମ ସଚୀନ ଙ୍କ ଗତ ସୋମବାର ରାତିରେ ଅଜଣା ଗାଡି ଧକାରେ ମୃତ୍ୟୁ ହୋଇଯାଇଛି କ୍ଷ ଘଟଣାରୁ ପ୍ରକାଶ ଯେ ସଚୀନ ସୋମବାର ରାତିରେ ଡ୍ୟୁଟି ସାରି ନିଜ ବାଇକ ଯୋଗେ ଥାନାର ରାଇଟର ଙ୍କୁ ନେଇ ନିଜ ଗ୍ରାମ ମଙ୍ଗରାଜପୁର ଯାଉଥିବା ବେଳେ ବରେଇ ଛକ ନିକଟରେ ପଛପଟୁ ଏକ ଅଜଣା ଗାଡି ଧକା ଦେବାରୁ ବିଳମ୍ବରେ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ କେଏମଏସ ମେଡିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଥାନା କର୍ମଚାରୀ ଙ୍କୁ ଭୁବନେଶ୍ୱର ର ଏକ ଘରୋଇ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା କ୍ଷ ତେବେ କେଏମଏସ ରେ ଭର୍ତ୍ତି ହୋଇଥିବା ଥାନା ଡ୍ରାଇଭର ସଚୀନ ର ମୃତ୍ୟୁ ହୋଇଯାଇଛି କ୍ଷ ମୃତ ସଚୀନ ଜଣେ ଶାନ୍ତ ଓ ସ୍ନେହୀ ଯୁବକ ଭାବେ ସାଧାରଣରେ ଜଣାଶୁଣା କ୍ଷ
