ପୁରୀ: ଖବର ଅନୁଯାୟୀ, ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍। ଆଜି ଭୋର୍ ୫ଟା ସମୟରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ତେବେ କିଏ ଏବଂ କେଉଁଠାରୁ ଡ୍ରୋନ୍ ଉଡାଉଥିଲା ତାହା ସ୍ପଷ୍ଟ ହୋଇନାହିଁ। ଶ୍ରୀମନ୍ଦିର ଉପରେ ଦୀର୍ଘ ସମୟ ଧରି ଡ୍ରୋନ୍ ଉଡୁଥିବା ବେଳେ କେଉଁ ସ୍ଥାନରୁ ଏବଂ କିଏ ଏହାକୁ ଅପରେଟ କରୁଥିଲା ସେନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।ତେବେ ଶ୍ରୀମନ୍ଦିର ଉପରେ ବିଭିନ୍ନ ସମୟରେ ଡ୍ରୋନ୍ ଉଡୁଥିବାରୁ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନ ଉଠିଛି। ଶ୍ରୀମନ୍ଦିର ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ତୁରନ୍ତ ଆଣ୍ଟି ଡ୍ରୋନ୍ ଟେକ୍ନୋଲୋଜି ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବି ହୋଇଛି। ଯାହାଦ୍ୱାରା ଭବିଷ୍ୟତରେ ଆଉ କିଏ ଡ୍ରୋନ୍? ଉଡାଇ ପାରିବେ ନାହିଁ ବୋଲି ଜଣାଯାଇଛି ।
