ବାରିପଦା; ମୟୁରଭଞ୍ଜରେ ଲଜ୍ଜା, ପ୍ରଧାନ ଶିକ୍ଷକଙ୍କ ନାମରେ ଯୌନ ଉତ୍ପୀଡ଼ନ ଅଭିଯୋଗ, ବାଙ୍ଗିରିପୋଷି ବ୍ଲକ ଶ୍ୟାମସୁନ୍ଦରପୁର ଏକଲବ୍ୟ ବିଦ୍ୟାଳୟର ଘଟଣା ମନରୁ ନ ଲିଭୁଣୁ ଆଉ ଜଣେ ପ୍ରଧାନ ଶିକ୍ଷକଙ୍କ କଳା କାରନାମା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଗତ ସେପ୍େଟମ୍ବର ୨୫ ତାରିଖରେ ଶୁକୃଳି ବ୍ଲକ ଘାଗି ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀକୃଷ୍ଣ ପାତ୍ର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ କାର୍ୟ୍ୟାଳୟର କବାଟ ଝରକା ବନ୍ଦ କରିବାକୁ ଡାକି ଛାତ୍ରୀ ଜଣଙ୍କୁ କାର୍ୟ୍ୟାଳୟ ଭିତରେ ଅସଦାଚରଣ କରିଥିଲେ । ପୀଡିତା ଜଣଙ୍କ ଘଟଣା ବିଷୟରେ ହଷ୍ଟେଲର ଦୁଇ ଜଣ ମେଟ୍ରୋନଙ୍କୁ କହିବା ପରେବି ସେମାନେ ଏହାକୁ ଚାପିଦେବାକୁ ଉଦ୍ୟମ କରିଥିଲେ ।

ଗତକାଲି ଫୋନ୍ ଯୋଗେ ପୀଡିତା ଛାତ୍ରୀ ତାଙ୍କ ଅଭିଭାବକଙ୍କୁ କହିଲା ପରେ ପ୍ରଧାନ ଶିକ୍ଷକଙ୍କ କଳାକାରନାମା ସାମ୍ନାକୁ ଆସିଛି । ଏହି ଘଟଣାକୁ ନେଇ ରରୁଆଁ ଥାନାରେ ପ୍ରଧାନ ଶିକ୍ଷକ ଶ୍ରୀକୃଷ୍ଣ ପାତ୍ରଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଛନ୍ତି ପୀଡିତା ଛାତ୍ରୀଙ୍କ ବାପା । ପ୍ରଧାନ ଶିକ୍ଷକ ଫେରାର ଥିବା ବେଳେ ବିଦ୍ୟାଳୟକୁ ଯାଇ ଅଧିକ ତଦନ୍ତ କରି ଈଘଝ ଧାରା ୨୦୬/୭୫, ୭୭, ୭୮ ଏବଂ ଜଡଝ ଧାରା ୮, ୧୦, ୧୨ ଓ ପୋକ୍ସ ଆକ୍ଟ ଅନୁଯାୟୀ ମାମଲା ରୁଜ୍ଜୁ କରି ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଖୋଜୁଛି ରରୁଆଁ ପୋଲିସ । ତେବେ କେବେ ଗିରଫ ହେବେ ଏହି ବିକୃତ ପ୍ରଧାନ ଶିକ୍ଷକ, ଦେଖିବାକୁ ବାକି ରହିଲା ।
