ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଶ୍ରୀ ହିମାଂଶୁ ଲାଲ୍, ଆଇପିଏସ୍ (ଆଇଜି, ଏଏନଟିଏଫ୍) ଏବଂ ଶ୍ରୀ କନୱାର ବିଶାଲ ସିଂହ, ଆଇପିଏସ୍ (ଡିଆଇଜି, ଏଏନଟିଏଫ୍) ଙ୍କ ଦ୍ୱାରା ୯ ଓ ୧୦ ଅକ୍ଟୋବରରେ ଆୟୋଜିତ ଦୁଇ ଦିନିଆ କାର୍ଯ୍ୟକ୍ରମ ମାଧ୍ୟମରେ “ମିଶନ୍ ଜିରୋ କାନାବିସ୍ କଲ୍ଭିଭେସନ୍’ (ଶୂନ୍ୟ ଗଞ୍ଜେଇ ଚାଷ ଅଭିଯାନ) ର ଶୁଭାରମ୍ଭ କରାଯାଇଥିଲା। ଜିରୋ କାନାବିସ୍ କଲ୍ଟିଭେସନ୍ ଅଭିଯାନ ଜିଲ୍ଲାର ପ୍ରଥମେ ଖଜୁରୀପଡା ବ୍ଲକ ସଦର ଥାନା ଅନ୍ତର୍ଗତ ବିଲାବାଡ଼ି ପଞ୍ଚାୟତ ର କାକେନ୍ଦ୍ରି ଗ୍ରାମରେ କନ୍ଧମାଳ ଏସ୍ ପି ରମେନ୍ଦ୍ର ପ୍ରସାଦ ,ସଦର ଥାନା ଅଧିକାରୀ ପ୍ରଦୀପ କୁମାର ଜେନା,ଏସ୍ ଆଇ ସମ୍ବିତ୍ କୁମାର ବେହେରା , ଏସ୍ ଡି ପି ଓ ସଦର ପି ପି ଶୁଭ୍ରଜିତ୍ ବିଶ୍ୱାଳ, ଙ୍କର ନେତୃତ୍ୱରେ ଏକ ଟିମ୍ ବିଲାବାଡି ଗ୍ରାମ କୁ ଯାଇ ୩୦ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷ କୁ ନଷ୍ଟ କରାଯାଇ ଚାଷ କରିଥିବା ୩ ଜଣକୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ପୂର୍ବ ରୁ ପୋଲିସ୍ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଗଞ୍ଜେଇ ଚାଲାଣ କରୁଥିବା ମାଫିଆ ଙ୍କୁ ଗିରଫ କରିବା ସହ ଯେଉଁ ଗାଡ଼ିରେ ଚାଲାଣ କରାଯାଉଥିଲା ସେହି ଗାଡ଼ି କୁ ଜବତ କରିବା ସହ ସେହି ଡ୍ରାଇଭର କୁ ଗିରଫ କରାଯାଉଥିଲା। ଗଞ୍ଜେଇ ଚାଷ କରୁଥିବା ବ୍ୟକ୍ତି ମାନଙ୍କୁ ଗିରଫ କରାଯାଉ ନ ଥିଲା। ବର୍ତ୍ତମାନ ସମଗ୍ର ଭାରତ ଦେଶ ରୁ ନିଶା ହଟାଯାଇ ନିଶା ମୁକ୍ତ ଭାରତ ଗଠନ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଯେଉଁ ଦୃଢ଼କ୍ତି ରହିଛି। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରୀ ଅମିତ୍ ଶାହା ଙ୍କ ର ଯେଉଁ ଆହ୍ୱାନ ରହିଛି। ସେହି ଅନୁସାରେ ନିଶା ମୁକ୍ତ କାର୍ଯ୍ୟକ୍ରମ କୁ ପୋଲିସ୍ ବିଭାଗ ପକ୍ଷରୁ ଦ୍ରୁତ ଗତିରେ ଆରମ୍ଭ କରାଯାଉଛି। ଭାରତ କୁ ନିଶାମୁକ୍ତ କରିବା ନିମନ୍ତେ ପୋଲିସ୍ କୁ ଏକବଡ ଚାଲେଞ୍ଜ ହୋଇଛି। କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ମଧ୍ୟ ଦ୍ରୁତ ବେଗରେ ଶୂନ୍ୟ ଗଞ୍ଜେଇ ଚାଷ କାର୍ଯ୍ୟ ତ୍ୱରାନିତ ହେଉଛି। ସୂଚନାଯୋଗ୍ୟ କନ୍ଧମାଳ ଜିଲ୍ଲା ର ସର୍ବ ପ୍ରଥମେ ଖଜୁରୀପଡା ବ୍ଲକ ସଦର ଥାନା ଅନ୍ତର୍ଗତ ବିଲାବାଡ଼ି ଗ୍ରାମ ବ ହୋଇଥ?ିବା ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଥିଲା । ଏହା ବେଆଇନ ଗଞ୍ଜେଇ ଚାଷ ବିରୋଧରେ “ଶୂନ୍ୟ ସହନଶୀଳତା’ ଜିରୋ ଟୋ ଲେରାନ୍ସ ବାର୍ତ୍ତା ଦେଇଛି। ବେଆଇନ୍ ଗଞ୍ଜେଇ ଚାଷ କରିଥିବା କାକେନ୍ଦ୍ରି ଗ୍ରାମର ୩ ଜଣ ଙ୍କୁ ସଦର ଥାନା ପୋଲିସ ଗିରଫ କରିବା ସହ ଫୁଲବାଣୀ ସଦର ଥାନା କେସ୍ ନଂ ୨୧୯, ୧୦.୧୦.୨୦୨୬, ଏନ୍ ଡି ପି ଏସ୍ ଆଇନର ୪୮ ଧାରା ୨୦ (କ)(ସ) ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ପୋଲିସ୍ ଗିରଫ କରିଥିବା ୩ ଅଭିଯୁକ୍ତ ମାନେ ହେଲେ କାକେନ୍ଦ୍ରି ଗ୍ରାମର ମୃତ ସାରସ୍ୱତ ବେହେରା ଙ୍କ ପୁଅ ପଞ୍ଚାନନ ବେହେରା (୫୫),ପବିତ୍ର ବେହେରା ଙ୍କ ପୁଅ ବିନାୟକ ବେହେରା (୩୬),ଠାକୁର ବେହେରା ଙ୍କ ପୁଅ ପ୍ରଭାତ କୁମାର ବେହେରା (୩୦) ବୋଲି ଜଣାପିଡିଛି। ନିୟମାବଳୀ ଅନୁଯାୟୀ ଘଟଣାସ୍ଥଳରେ ଗଞ୍ଜେଇ ଗଛଗୁଡ଼ିକୁ ନଷ୍ଟ କରାଯାଇଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନମୁନା ସଂଗ୍ରହ କରାଯାଇଛି। କାକେନ୍ଦ୍ରି ଗ୍ରାମ ନିକଟସୁ ଜଙ୍ଗଲ ଅଞ୍ଚଳରେ ବେନିୟମ ଭାବେ ବ୍ୟାପକ ଭାବରେ ହୋଇଥିବା ଗଞ୍ଜେଇ ଚାଷ ଅଞ୍ଚଳ କୁ ତା ୯/୧୦/୨୬ ରିଖ ଦିନ ବୁଲିବାକୁ ଯାଇ ପୋଲିସ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଦେଖି ଥିଲା ଗଞ୍ଜେଇ ଜମିରେ ଉପଯୁକ୍ତ ଜଳସେଚନ ଓ ସାର ବ୍ୟବହାର କରାଯାଇ ବ୍ୟବସ୍ଥିତ ଭାବେ ଚାଷ କରାଯାଇଥିବା ଦେଖି ବେଆଇନ ଗଞ୍ଜେଇ ଚାଷରେ ଜଡ଼ିତ ଥ?ିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଗତକାଲି ତା ୧୦/୧ ରିଖ ରବିବାର ଦିନ ଅପରାହ୍ନ ୧ ଘଣ୍ଟା ସମୟରେ କନ୍ଧମାଳ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସ୍ ପି ରମେନ୍ଦ୍ର ପ୍ରସାଦ ଗଣମାଧ୍ୟମ ସୂଚନା ଦେଇ କହଛନ୍ତି ଗଞ୍ଜେଇ ଚାଷ ଅଞ୍ଚଳ ରେ ଯୁବ ଗୋଷ୍ଠୀ ମାନଙ୍କୁ ସଚେତନତା କରାଯିବ ସହିତ ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳରେ ଡ୍ରନ୍ କ୍ୟାମେରା ବୁଲାଇ ଅନୁଧ୍ୟାନ କରାଯାଇ ଗଞ୍ଜେଇ ନଷ୍ଟ କରାଯିବ। ଅତୁଧିକ ପୋଲିସ୍ ଫୋର୍ସ ମୁତୟନ କରାଯିବ । ତତ୍ ସହ ଏନ୍ ଡି ପି ଏସ୍ ଆକ୍ଟ୍ ୪୬,୪୭ ଧାରା ଅନୁସାରେ ଯେଉଁ ଅଞ୍ଚଳ ରେ ବେ ଆଇନ ଗଞ୍ଜେଇ ଚାଷ ହେଉଛି ସେଠିକାର ପି ଆର୍ ଆଇ ମେମ୍ବର ସରପଞ୍ଚ,ସମିତି ସଭ୍ୟ ,ୱାର୍ଡ଼ ମେମ୍ବର ପୋଲିସ୍ କୁ ଖବର ଜଣାଇବେ ନଚେତ୍ ପୋଲିସ୍ ସେହି ପି ଆର ଆଇ ମେମ୍ବର ଏବଂ ଲାଇନ୍ ଡିପାର୍ଟମେଣ୍ଟ ରାଜସ୍ୱ ବିଭାଗ ଆର ଆଇ, ଅମିନ, ସୁପର ଭାଇଯର,ରେଞ୍ଜର ,ଫରେଷ୍ଟର,ଗାର୍ଡ, ଏହି ସରକାରୀ କର୍ମଚାରୀ ମାନଙ୍କ ପ୍ରତି ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି। ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ଏହି ଜିରୋ କାନାବିସ୍ କଲ୍ଟି ଭେସନ କାର୍ଯ୍ୟ କ୍ରମର ଶୁଭାରମ୍ଭ ଯୋଗୁଁ ଗଞ୍ଜେଇ ଚାଷୀ ଏବଂ ମାଫିଆ ଏବଂ ବ୍ରାଉନ ସୁଗର୍ ବେପାରୀ ମନରେ ଆତଙ୍କ ଖେଳି ଯାଇଛି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସ୍ ପି ରମେନ୍ଦ୍ର ପ୍ରସାଦ,ଏସ୍ ଡି ପି ଓ ସଦର ଶୁଭ୍ରଜିତ୍ ବିଶ୍ୱାଳ,ସଦର ଥାନା ଅଧିକାରୀ ପ୍ରଦୀପ କୁମାର ଜେନା ଉପସ୍ଥିତ ଥିଲେ।
