ବଲାଙ୍ଗୀର: ବଲାଙ୍ଗୀର ଠାରେ ଚାଲିଥିବା ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ବ୍ୟାଡମିଣ୍ଟନ,ଫେନ୍ସିଂ,ଥାଙ୍ଗ-ଟା ଓ ବାଳିକା କ୍ରିକେଟ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ବିଭିନ୍ନ ମ୍ୟାଚ୍?ଗୁଡ଼ିକ ଅତ୍ୟନ୍ତ ରୋମାଞ୍ଚକର ଭାବେ ଅନୁଷ୍ଠିତ ହୋଇଯାଇଛି।?ପି.ଆର. ହାଇସ୍କୁଲ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଚାରୋଟି କୋର୍ଟ ରେ ଚାରୋଟି ବର୍ଗରେ ୧୪ ବର୍ଷରୁ କମ ବାଳକ ଓ ବାଳିକା ବିଭାଗ ଓ ୧୭ ବର୍ଷରୁ କମ ବାଳକ ଓ ବାଳିକା ବିଭାଗରେ ସାରା ରାଜ୍ୟରୁ ପ୍ରତିନିଧିତ୍ୱ କରିଥିବା ଖେଳାଳି ମାନଙ୍କ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଏହି ଟୁର୍ଣ୍ଣାମେଣ୍ଟ ଲିଗ କମ୍ ନକଆଉଟ ଭିତ୍ତିରେ ଅନୁଷ୍ଠିତ ହେଉଅଛି।ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ ରେ ଆଜି ଗୋଟିଏ ବର୍ଗରୁ ୨୦ଟି ଲେଖାଏଁ ଏହିପରି ୮୦ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଡ.ରମେଶ ଚନ୍ଦ୍ର ସ୍ୱାଇଁ,ହେମନ୍ତ ପ୍ରଧାନ ଙ୍କ ସମେତ ରାଜ୍ୟ ରୁ ଆସିଥିବା ୨୦ଜଣ ଅଫିସିଆଲ ଏହି ଖେଳ କୁ ପରିଚାଳନା କରୁଛନ୍ତି।

ସେହିପରି ଟାଉନ୍ ହାଇସ୍କୁଲ ପଡ଼ିଆରେ ଖେଳାଯାଇଥିବା ୧୭ ବର୍ଷରୁ କମ୍ ବାଳିକା କ୍ରିକେଟରେ ଭୁବନେଶ୍ୱର,ସୁନ୍ଦରଗଡ଼, ବଲାଙ୍ଗୀର,ନୂଆପଡା ଦଳ ବିଜୟୀ ହୋଇଥିବା ବେଳେ ସେହିପରି ମିଶନ ପଡ଼ିଆ ଠାରେ ହୋଇଥିବା ଖେଳରେ କେନ୍ଦୁଝର, କଟକ, ପୁରୀ, ମୟୂରଭଞ୍ଜ ଦଳ ବିଜୟୀ ହୋଇଛନ୍ତି।?ଅନ୍ୟପଟେ ପି.ଆର. ହାଇସ୍କୁଲ ପରିସରରେ ଫେନ୍ସିଂରେ ୧୭ ବର୍ଷରୁ କମ୍ ବାଳକ ବିଭାଗରେ ବଲାଙ୍ଗୀରର ଗଡ଼ତିଆ,ସୌମ୍ୟ ପ୍ରଧାନ,ଆକାଶ ପ୍ରଧାନ ଓ ଭୁବନେଶ୍ୱରର ପ୍ରମଜିତ ଭେସ୍ରା ଓ ସତର ବର୍ଷରୁ କମ ବାଳିକା ବିଭାଗର ଝରଣା ସେଠ,ଖୁସି ବରାଡ,ଲିନା ସେଠ,ମୁସ୍କାନ ନାଗ ମେଡାଲ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ସେହିପରି ଥାଙ୍ଗ-ଟା ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାର ପ୍ରତିଯୋଗୀ ମାନେ ନିଜ ନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି।ଆଜିର ଥାଙ୍ଗ-ଟା ମ୍ୟାଚ ଆବାହକ ଭାବେ ବୌଦ୍ଧ ଡ଼ିପିଇଓ ଆନନ୍ଦ ବେହେରା,ଡ଼. ଜ୍ଞାନ ରଞ୍ଜନ ମହାନ୍ତି,ବ୍ୟାସଦେବ ପାତ୍ର,ମନୋଜ ଖୁସୱାନା, ଫେନସିଂ ଅଫିସିଆଲ୍ ଭାବେ କରିସ୍ମା ରାଉତ,ସୁକାନ୍ତ ସେଠ,ରୋଶନ ସାହୁ,ଅନ୍ୱେଷା ରାଉତ,ବୁଦ୍ଧିରାଜ ବିଶ୍ୱାଳ, ପୁରନ୍ଦର ସେଠ,ସତ୍ୟନାରାୟଣ ପଟେଲ,ସସ୍ମିତା ଗଡ଼ତିଆ,ସ୍ୱପ୍ନା ସେଠ,ବିନୋଦ ମହାପାତ୍ର, ଶୁଭେନ୍ଦ୍ର ମହାନ୍ତି(ଟୁକୁ),ଜିତୁ ନାଏକ କ୍ରିକେଟ ଅଫିସିଆଲ ଭାବେ ମୋଜେସ ବେହେରା, ରାଜେନ୍ଦ୍ର ସେଠ,ଜ୍ୟୋତି କମଲ, ଶରତ ଚନ୍ଦ୍ର ସାହୁ,ଗଜନୀ ଶ୍ରୀନିବାସନ,ରଜତ ଦାସ, ସୁରେସ୍ୱର ପ୍ରଧାନ,ମିଳନ ଓଝା, ସ୍ୱରାଜ ଚୌଧୁରୀ,ବୀରେନ୍ଦ୍ର ବେହେରା,ଆକାଶ ସାହୁ,ଦିଲୀପ ବେହେରା,ସୁରେଶ ଭୂୟାଁ,ଶାନ୍ତନୁ ରାଉତ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖେଳ ପରିଚାଳନା କରିଥିଲେ।

ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା,ରୀନା କୁମାରୀ ବେହେରା,ସେବାଶ୍ରୀ ଭୋଇ,ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର,ସମଗ୍ର ପ୍ରତିଯୋଗିତାର ପର୍ଯ୍ୟବେକ୍ଷକ ଭାବେ ଓଏସଏସଏ ପ୍ରଦୀପ କୁମାର ନାଗ ପ୍ରମୁଖ ତଦାରଖ କରିଥିଲେ।
