କଟକ: କଟକ କେଡିଏ ସେକ୍ଟର-୧୦ରେ ଗେଲ୍? ଇଣ୍ଡିଆର ପାଇପ୍?ଲାଇନ୍? ଦୁର୍ଘଟଣାରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ପ୍ରକୃତ କାରଣ ଅନୁଧ୍ୟାନ କରିବା ସହ ଅଞ୍ଚଳର ପାରିପାର୍ଶ୍ୱିକ ସ୍ଥିତି ଯାଞ୍ଚ କରି ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏହି କ୍ରମରେ ଅତିରିକ୍ତ ଜିଲ୍ଲାପାଳ ଦିବ୍ୟଲୋଚନ ମହାନ୍ତଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଏକ ଟିମ୍? ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛି। ଏହି ଟିମ୍?ରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁଗୁଡା ମୁର୍ମୁ, ଯୋଗାଣ ଅଧିକାରୀ ଚନ୍ଦ୍ରଶେଖର ପାତ୍ର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ନୁରି ପରବିନ୍ ଏବଂ ଜିଲ୍ଲା ସହକାରୀ ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ ଧଳ ପ୍ରମୁଖ ସାମିଲ ଥିଲେ। ଅଧିକାରୀମାନେ ଘଟଣାସ୍ଥଳରେ ଅଗ୍ନିକାଣ୍ଡ ଘଟିବାର ସମ୍ଭାବ୍ୟ କାରଣ, ପାଇପ୍ଲାଇନ୍ର ସ୍ଥିତି ଏବଂ ଏହାର ଆଖପାଖ ଅଞ୍ଚଳର ପାରିପାର୍ଶ୍ୱିକ ପରିସ୍ଥିତି ସମ୍ପର୍କରେ ଯାଞ୍ଚ କରିଛନ୍ତି। ତଦନ୍ତ ପରେ ଘଟଣା ସମ୍ପର୍କିତ ତଥ୍ୟ ସଂଗ୍ରହ କରି ଜିଲ୍ଲା ପ୍ରଶାସନ ନିକଟରେ ରିପୋର୍ଟ ଦାଖଲ କରାଯିବ। ଅନ୍ୟପକ୍ଷରେ, ଏହି ଅଗ୍ନିକାଣ୍ଡ ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି। ଆହତ ବ୍ୟକ୍ତିଙ୍କୁ କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ପାଇପ୍ଲାଇନ୍ ଯୋଗେ ଗ୍ୟାସ୍ ଯୋଗାଣ ଓ ସଂଯୋଗ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ଗେଲ୍ ଇଣ୍ଡିଆ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଯଥାଶୀଘ୍ର ଗ୍ୟାସ୍ ସଂଯୋଗ ପୁନଃସ୍ଥାପନ କରିବା ଉପରେ କମ୍ପାନୀ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି।
