ବାରିପଦା : ପ୍ରତ୍ୟକ ଦିନପରି ପରିବାର ଲୋକଙ୍କ ସହ ଯୁବକ ଜଣକ ଖାଇପିଇ ନିଜ ରୁମ୍ରେ ଶୋଇଥିଲେ। ହେଲେ ଗତ ୧୩ ତାରିଖ ଭୋର ସମୟରେ ଘର ନିକଟସ୍ଥ ଆମ୍ବ ଡାଳରେ ପୁଅର ଝୁଲନ୍ତା ମୃତଦେହ ଦେଖି ହତବାକ ହୋଇପଡିଛନ୍ତି ପରିବାର ଲୋକେ। ଏହିପରି ହୃଦୟ ବିଦାରକ ଦୃଶ୍ଯ ଦେଖିବାକୁ ମଳିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧିନ କେନ୍ଦୁଆ ପଞ୍ଚାୟତ କେନ୍ଦୁଆ ଗ୍ରାମରେ। ମୃତ ଯୁବକ ଜଣକ ହେଲେ ଏହି ଗ୍ରାମର ବେଣୁଧର ସାହୁଙ୍କ ୨୫ ବର୍ଷୀୟ ପୁଅ ରାକେଶ। ବାପା ବେଣୁଧରଙ୍କ ନିକଟସ୍ଥ ବୈଶିଙ୍ଗା ବଜାରରେ ତେଲଭାଜି ଦୋକାନ ଥିବାବେଳେ ପୁଅ ରାକେଶ ବାହାର ରାଜ୍ଯରେ ରହି କାମଦାମ କରୁଥିଲେ। କିଛିଦିନ ହେବ ରାକେଶ ଘରକୁ ଆସିଥିଲେ। ଆଉ ରାତିରେ ଖାଇପିଇ ନିଜ ରୁମ୍ରେ ଶୋଇବାକୁ ଯାଇଥିବା ବେଳେ ଗତ କାଲି ସକାଳେ ଏହିପରି ଅଘଟଣ ଘଟିଯାଇଛି। ରାକେଶର ଏହିପରି ଜୀବନ ହାରିବାର କାରଣ ବିଷୟରେ ପରିବାର ଲୋକେ ଅସ୍ପଷ୍ଟ ଥିବାବେଳେ ଗ୍ରାମରେ କିନ୍ତୁ ପ୍ରେମ ବ୍ୟାପାରକୁ ନେଇ ରାକେଶ ଜୀବନ ହାରିଥିବା ନେଇ ଗ୍ରାମବାସୀମାନେ ଅନୁମାନ କରୁଛନ୍ତି । ରାକେଶ ମୃତ୍ୟୁ ଘଟଣାକୁ ନେଇ ପୁରା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ କରିବାକୁ ପଠାଇବା ସହିତ ତଦନ୍ତ କରୁଥିବାର ପ୍ରକାଶ ।
