ପୁରୀ: ଶ୍ରୀଧାମ କଲଚରାଲ ଏକାଡେମୀ ପକ୍ଷରୁ କଳାଶ୍ରୀ ସମ୍ମାନ ଓ ପୁରସ୍କାର ବିତରଣ ଉତ୍ସବ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ରବିବାର ସଂଧ୍ଯାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ଯ ଅତିଥି ଭାବେ ସମାଜସେବୀ ସୂର୍ଯ୍ଯ ରଥ ଓ ମୁଖ୍ଯ ବକ୍ତାଭାବେ ଶାନ୍ତି ପ୍ଯାଲେସର ଏମଡି ତଥା ଆଇନଜୀବୀ ବସନ୍ତ ପଣ୍ଡା,ଅନୁଷ୍ଠାନର ମୁଖ୍ଯ ଉପଦେଷ୍ଟା ଡ.ପ୍ରଧାନ ଧୀରେନ ରାୟ, ଓଡିଶା ପୋଲିସ ହାବିଲଦାର ଓ କନେଷ୍ଟବଳ ସଂଘ ପୁରୀର ପୂର୍ବତନ ସଭାପତି ପ୍ରକାଶ କୁମାର ଆଚାର୍ଯ୍ଯ,ଯୁବ ସଂଗଠକ ଆଶୁତୋଷ ମିଶ୍ର,ବରିଷ୍ଠ ସେବାୟତ ଭଗବାନ ସୁଆର, ନାରୀ ସଂଗଠିକା ଓ ସମାଜସେବୀ ଜୁଲି ମହାପାତ୍ର,ସମାଜସେବୀ ପ୍ରମିଳା ସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ପୂର୍ବକ ଶୁଭାରମ୍ଭ କରିଥିଲେ । ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ସହ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ସଭାପତି ଅଞ୍ଜଳି ରଥ ସଭାପତିତ୍ୱ କରିଥିଲେ । ସମ୍ପାଦିକା ବନିତା ବାରିକ ସ୍ୱାଗତ ଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ଯ ଆକର୍ଷଣ ଜି ସାର୍ଥକ ର ଶ୍ରାବଣୀ ସିରିଏଲର ରେଶ୍ମା ରଣା, ଦିବ୍ଯାଂଶ ପଣ୍ଡା ଓ ଆଦ୍ଯାଶା ପଣ୍ଡା ପ୍ରମୁଖ କଳାକାର ମାନେ ଉପସ୍ଥିତ ରହି ସେମାନଙ୍କ କଳା ପ୍ରଦର୍ଶନ କରିଥିଲେ । ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାର ଆଧୁନିକ ନୃତ୍ୟରେ ମନ୍ତ୍ରମୁଗ୍ଧ ହୋଇଥିଲେ ଦର୍ଶକ । ସନ୍ତୋଷ କୁମାର ବାରିକ ସଂଯୋଜନା କରିଥିବା ବେଳେ ଉପସ୍ଥାପନ ଲଲାଟେନ୍ଦୁ ମିଶ୍ର ଓ ରଶ୍ମିରେଖା ବାରିକ ଉପସ୍ଥାପିକା ଭାବେ ଯୋଗ ଦେଇଥିଲେ । ଅତିଥିମାନଙ୍କ ଦ୍ୱାରା କଳାକାର ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସାଂସ୍କୃତିକ ସମ୍ପାଦିକା ମାମାଲି ମିଶ୍ର କାର୍ଯ୍ୟକ୍ରମ ପରିଚଳନା କରିଥିଲେ । ଶତାଧିକ ଦର୍ଶକ ଉପସ୍ଥିତ ରହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।
