ପୁରୀ: ପୁରୀ ଷ୍ଟେସନ କୋଚିଙ୍ଗ ଡିପୋରେ ମଙ୍ଗଳବାର ଦିନ ଏକ ବିରାଟ ଅଜଗର ସାପ ଦେଖିବାକୁ ମିଳିଥିଲା । ଏହା ଦେଖି ରେଲବାଇ କର୍ମଚାରୀ ମାନେ ସ୍ନେକ ହେଲ୍ପଲାଇନ ର ସଂଗ୍ରାମ କେଶରୀ ଦାସଙ୍କୁ ଫୋନ ଯୋଗେ ଜଣାଇଥିଲେ । ଶ୍ରୀ ଦାସ ସେଠାରେ ପହଞ୍ଚି ଅଜଗର ସାପକୁ ଧରିଥିଲେ । ଏହି ଅଜଗର ସାପଟି ପ୍ରାୟ ୧୨ ଫୁଟ ଲମ୍ବ ଓ ୧୫ କେଜି ଓଜନ ହୋଇଥିବା ଶ୍ରୀ ଦାସ କହିଛନ୍ତି । ପରେ ଏହି ସାପଟିକୁ ଫରେଷ୍ଟ ରେଞ୍ଜରଙ୍କୁ ହସ୍ତାନ୍ତର କରିଛନ୍ତି । ଜନଗହଳିପୂର୍ଣ୍ଣ ଷ୍ଟେସନ କୋଚିଙ୍ଗ ଡିପୋକୁ କିପରି ଏତେବଡ ଅଜଗର ସାପ ଆସିଲା ତାକୁନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି । କେତେକ ଅନଭିଜ୍ଞ ସାପ ଧରାଳି ନାଗସାପ ଧରି ରିଲ୍ସ କରୁଥିବାରୁ ପରେ ସାପ ଚୋଟରେ ଜୀବନ ଚାଲି ଯାଉଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।
