ନୂଆଦିଲ୍ଲୀ: ୪ ୱିକେଟରେ ୧୯୨ ରନ୍ କଲା କୋଲକାତା ନାଇଟ୍ ରାଇଡର୍ସ । ଆରସିବି ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ । ରଘୁବଂଶୀ ଦଳ ପକ୍ଷରୁ ସର୍ବାଧିକ ୭୧ ରନ କରିଥିବାବେଳେ କମାଲ ବ୍ୟାଟିଂ କରିଛନ୍ତି ରିଙ୍କୁ ସିଂହ । ବର୍ଷା ପାଇଁ ବିଳମ୍ବରେ ଆରମ୍ଭ ହୋଇଥିଲେ ସୁଦ୍ଧା ବଡ଼ ରନ୍ କରିପାରିଛି କୋଲକାତା । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ବେଙ୍ଗାଲୁରୁ । କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିବାବେଳେ ଦୁଇ ଓପନର ଆଲେନ ଏବଂ ରାହାଣେ ବଡ଼ ସଟ୍ ମାରି ପାଳି ଆରମ୍ଭ କରିଥିଲେ । ମାତ୍ର ସେମାନେ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ । ଆଲେନ ୧୮ ରନ କରିଥିବାବେଳେ ରାହାଣେ ୧୯ ରନ୍ କରିଥିଲେ । କୋଲକାତାର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରିଙ୍କୁ ସିଂହ ୨୯ ବଳରୁ ୪୯ ରନ କରିଥିବାବେଳେ ଗ୍ରୀନ ୩୨ ରନ କରିଥିଲେ । ସେପଟେ ବେଙ୍ଗାଲୁରୁ ପକ୍ଷରୁ ଭୁବନେଶ୍ୱର କୁମାର, ହାଜେଲ ହୁଡ ଏବଂ ରାସିଖ ଗୋଟିଏ ଲେଖାଏଁ ୱିକେଟରେ ସନ୍ତୁଷ୍ଟ ହୋଇଛନ୍ତି ।
