ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ବସ ଷ୍ଟାଣ୍ଡ ରୁ ଗତ ସେପ୍େଟମ୍ବର ୧୭ ତାରିଖ ଦିନ ୨ ଗୋଟି ବାଘ ଚମଡା ଜବତ ଘଟଣା ରେ ଆଉ ତିନି ଜଣ କୁ ଗିରଫ କରିଛି ବାଲିଗୁଡା ବନ ବିଭାଗ । ଗିରଫ ତିନି ଜଣ ଙ୍କ ମଧ୍ୟରେ ଜଣେ ଶିକାରୀ ସମେତ ଦୁଇ ଜଣ ସପ୍ଲାୟର ରହିଥିବା ବାଲିଗୁଡା ଡ଼ିଏଫଓ ଘନଶ୍ୟାମ ମହନ୍ତ ସୂଚନା ଦେଇଛନ୍ତି ।ଗିରଫ ଶିକାରୀ ଜଣକ ଟିକାବାଲି ଥାନା ରାଜିକାଖୋଲ ଗାଁ ର ଦିଗାମ୍ବର କଂହର ହୋଇଥିବା ବେଳେ ଦୁଇ ସପ୍ଲାୟର ଜାବେଡି ଗାଁ ର ଅମିତାଭବଚନ ପ୍ରଧାନ ଓ ତୋଫାନ ପ୍ରଧାନ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ଶିକାରୀ ଜଣକ ନିଜ ରାଜିକାଖୋଲ ଗାଁ ନିକଟରେ ଥିବା ଜଙ୍ଗଲ ରୁ ଚିତା ବାଘ ମାରିବା ପରେ ଦୁଇ ସପ୍ଲାୟର କୁ ବିକ୍ରି କରିଥିଲେ । ଶିକାରୀ ଠାରୁ ଗିରଫ ଦୁଇ ସପ୍ଲାୟର ଦୁଇ ଗୋଟି ବାଘ ଚମଡା ଆଣି ପୁଣି ଫିରିଙ୍ଗିଆ ଅଂଚଳ ର ଉତ୍ତମ ମାଝୀ କୁ ବିକ୍ରି କରିଥିବା ତଦନ୍ତ ରୁ ଜଣା ପଡିଛି । ତେବେ ଗିରଫ ଶିକାରୀ ଦିଗାମ୍ବର କଂହର ଙ୍କ ଘରେ ବନ ବିଭାଗ ଛାନଭିନ କରିବା ସମୟରେ ଗୋଟିଏ ଦେଶୀ ବନ୍ଧୁକ, ବାଘ ନଖ, ବାଘ ଦାନ୍ତ ସମେତ ବାଘ ଶରୀର ର ଅନ୍ୟାନ୍ୟ ଅଂଶ ଜବତ କରିଛ। ତେବେ ଗତ ସେପ୍େଟମ୍ବର ୧୭ ତାରିଖ ଦିନ ବାଲିଗୁଡା ବସ ଷ୍ଟାଣ୍ଡ ରେ ବାଘ ଛାଲ ଡିଲ ପୂର୍ବରୁ ବନ ବିଭାଗ ଚଢ଼ାଉ କରିଥିଲା କ୍ଷବାଲିଗୁଡା ବସ ଷ୍ଟାଣ୍ଡ ରୁ ଦୁଇ ଟି ବାଘ ଚମଡା ଜବତ ସହ ଫିରିଙ୍ଗିଆ ର ଉତ୍ତମ ମାଝୀ କୁ ଗିରଫ କରିବା ପରେ ଶିକାରୀ ଓ ଦୁଇ ସପ୍ଲାୟର ପାଖରେ ପହଂଚିବା ରେ ସକ୍ଷମ ହୋଇଛି ବାଲିଗୁଡା ବନ ବିଭାଗ ।
