ଛତ୍ରପୁର: ଗଞ୍ଜାମ ପୁଲିସ ଜିଲା ପକ୍ଷରୁ ପାର୍ବନୀ ଋତୁକୁ ଦୃଷ୍ଟିରେ ରଖି ଜୁଆ ଆଡ୍ଡା ରେ ଚଢାଉ ଜାରି ରହିଛି । ଗତକାଲି ବିଳମ୍ବିତ ରାତ୍ରରେ ଛତ୍ରପୁର ପୁଲିସ ଏକ ଜୁଆ ଆଡ୍ଡାରେ ଅଚାନକ ଚଢାଉ କରାଯାଇ ୪୦ ହଜାର ୧୦୦ ଟଙ୍କା ଜବତ କରିବା ସହ ଗୋଟିଏ ମାମଲା ରୁଜୁ କରିବା ସହ ୮ଜଣ ଜୁଆଡିକୁ ଗିରଫ କରିଛି । ସେମାନଙ୍କ ନିକଟରୁ ୬ଟି ମୋବାଇଲ ଫୋନ ଜବତ ସହ ୬ ବାଇକ ମଧ୍ୟ ଜବତ କରାଯାଇଥିବା ଥାନା ଅଧିକାରୀ ସବ୍ୟସାଚ୍ଚି ମଲ୍ଲ ସୂଚନା ଦେଇଛନ୍ତି । ସୂଚନା ଥାଉକି ଗତକାଲି ବିଳମ୍ବିତ ରାତ୍ରରେ ଛତ୍ରପୁର ଥାନା ଅଧିନ କୃଷକ ବଜାର ୩ୟ ଗଳିରେ ଥିବା ଭଡା ଘରେ ଜୁଆ ଚାଲୁଥିବା ଖବର ପାଇ ଚଢାଉ କରିଥିଲା ପୁଲିସ । ଅନ୍ୟ ପକ୍ଷରୁ ଗଞ୍ଜାମ ଏସପି ହରିଶ ବିଶି ପୂର୍ବାଣି ଋତୁକୁ ଦୃଷ୍ଟିରେ ରଖି ଜୁଆ ଆଡ୍ଡା ଓ ବେଆଇନ ବାଣ କରବାର ଚଢାଉ କରିବାକୁ ଥାନା ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।
