ବାରିପଦା / କରଞ୍ଜିଆ ; ମୟୁରଭଞ୍ଜ ଜିଲ୍ଲା,କରଞ୍ଜିଆ ସହର ୱାର୍ଡ ନମ୍ୱର ୮ ଗୁଡ଼ିସାହି ବାଇପାସ୍ ନିକଟ ମନୋରଞ୍ଜନ ସାହୁଙ୍କ ଘରେ ଗତକାଲି ବିଳମ୍ବିତ ରାତି ରେ ଘର ମୁଖ୍ୟ ଦ୍ୱାର କୁ ତାଡ଼ି ଚୋରମାନେ କଳାକନା ବୁଲାଇଛନ୍ତି।ଶ୍ରୀ ସାହୁ ନୂଆସାହି ସ୍ଥିତ ନିଜ ଭାଇ ଘରକୁ ଯାଇଥିବାବେଳେ ଚୋରମାନେ ଆଲାମିରା ଭିତରେ ଥିବା ଗୋଟିଏ ରାଣିହାର, ଗୋଟିଏ ଚିକ,ଗୋଟିଏ ସୁନା ହାର,୩ ହଳ ସୁନା କାନଫୁଲ , ଛୁଆଙ୍କ ୨ ଗୋଟି ସୁନା ଚେନ ଓ ଲୋକେଟ,ନଗଦ ୫୦ ହଜାର ଟଙ୍କା ସହିତ ଅନ୍ୟ ରୂପା ଅଳଂକାର ତକ ଚୋରି କରିନେଇଥିବା ଶ୍ରୀ ସାହୁ ଆଜି ସକାଳେ ଘରକୁ ଆସିବା ପରେ ଜାଣିବାକୁ ପାଇ କରଞ୍ଜିଆ ଥାନାକୁ ଜଣାଇଥିଲେ। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିକଟରେ ଲାଗିଥିବା ସିସି ଟିଭି ଫୁଟେଜ ଯାଞ୍ଚ କରିବା ସହିତ ତଦନ୍ତ ଆରମ୍ଭ କରିଛି। ଏଭଳି ଚୋରି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
