ନୂଆଦିଲ୍ଲୀ: ହାରିଲା ମୁମ୍ବାଇ । ଜିତିଲା ବେଙ୍ଗାଲୁରୁ । ମୁମ୍ବାଇକୁ ୨ ୱିକେଟରେ ପରାସ୍ତ କଲା ଜଉଈ । ଶେଷ ଓଭରରେ ୧୫ ରନ ରହିଥିବାବେଳେ ଅଟକାଇବାରେ ବିଫଳ ହୋଇଛି ମୁମ୍ବାଇ । ରାଜ୍ ବାୱା ଅନ୍ତିମ ଓଭର ବୋଲିଂ କରିଥିବାବେଳେ ରୋକିପାରିନଥିଲେ । ଏହି ବିଜୟ ସହ ବେଙ୍ଗାଲୁରୁ ଟେବୁଲ ଟପ୍ପର ହୋଇଛି । ଆରସିବି ପକ୍ଷରୁ କୃନାଲ ପାଣ୍ଡ୍ୟା ସର୍ବାଧିକ ୪୬ ବଲରୁ ୭୩ ରନ କରିବାରେ ସଫଳ ହୋଇଥିଲେ । ସେପଟେ ମୁମ୍ବାଇ ପକ୍ଷରୁ ବୋସ ସର୍ବାଧିକ ୪ ୱିକେଟ ନେଇଛନ୍ତି । ଦୀପକ ଚହର ୩ ୱିକେଟ ନେଇଥିବାବେଳେ ବୁମରା ୧୯ତମ ଓଭରରେ କମାଲ ବୋଲିଂ କରିଥିଲେ । ସେ ବେଙ୍ଗାଲୁରୁ ବ୍ୟାଟ୍ସମ୍ୟାନଙ୍କୁ ଏହି ଓଭରରେ ମାତ୍ର ୩ ରନ୍ ଦେଇଥିଲେ । ମାତ୍ର ସେ ଆଜି ମ୍ୟାଚରେ ଗୋଟିଏ ମଧ୍ୟ ୱିକେଟ୍ ନେଇପାରିନାହାନ୍ତି । ୧୬୭ ରନକୁ ପିଛାକରୁଥିବାବେଳେ ପ୍ରଥମ ଓଭରରୁ ବଡ଼ ସଟ୍ ଖେଳିଥିଲେ ବେଥଲ । ଦୀପକ ଚହରଙ୍କ ବଲରେ ଦୁଇଟି ଚୌକା ମାରିଥିଲେ । କିନ୍ତୁ ସେହି ଓଭରରେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ ବିରାଟ । ଖାତା ଖେଳିବା ପୂର୍ବରୁ ସେ ପାଭିଲିୟନ ଫେରିଥିଲେ । ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ପାଡିକଲ ୧୨, ପଟିଦାର ୮ ରନ କରିଥିଲେ । ତେବେ ଜିତଶେ ଶର୍ମା ୧୮ ରନ କରିଥିବାବେଳେ ବାକିବ୍ୟାଟ୍ସମ୍ୟାନ ବଡ଼ ସଟ୍ ଖେଳିବାରେ ବିଫଳ ହୋଇଥିଲେ । ଟସ୍ ଜିତି ପ୍ରଥମେବୋଲିଂ ନିଷ୍ପତ୍ତି ନେଇଥିଲା ବେଙ୍ଗାଲୁରୁ । ମୁମ୍ବାଇକୁପ୍ରଥମେବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା ।ତିଲକ ବର୍ମାଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବାଇ ୧୬୬ ରନ୍କରିଥିଲା। ୭ ୱିକେଟ ବିନିମୟରେ ଦଳ ଏହି ସ୍କୋର କରିବାରେ ସଫଳ ହୋଇଥିଲା । ଜଉଈ ପକ୍ଷରୁ ଭୁବନେଶ୍ୱର କୁମାର ୪ ୱିକେଟ ନେବାରେ ସଫଳ ହୋଇଥିଲେ । ରୋହିତ ଶର୍ମା ୨୨ ରନ କରିଥିବାବେଳେ ରିକଲଟନ ମାତ୍ର ୨ ରନରେ ଆଉଟ୍ ହୋଇଥିଲେ । ପରେ ତିଲକ ବର୍ମା ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ଆଜିର ମ୍ୟାଚରେ ଖାତା ଖୋଲିବା ପୂର୍ବରୁ ପାଭିଲିୟନ ଫେରିଥିଲେ ସୂର୍ଯ୍ୟକୁମାର ଯାଦବ । ତେବେ ନମନ ଧୀର ୪୭ ରନ କରିଥିଲେ ।
