ଗୌହାଟି: ବିଜେପି ନେତା ହିମନ୍ତ ବିଶ୍ୱ ଶର୍ମା ରବିବାର ବିଜେପି ବିଧାୟକ ଦଳ ଏବଂ ଏନଡିଏ ବିଧାୟକ ଦଳର ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ମେ ୧୨ରେ ଶର୍ମା ଆସାମର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର କାର୍ଯ୍ୟକ୍ରମ ଅଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ। ବିଜେପି ବିଧାୟକ ଦଳ ନେତା ଏବଂ ଏନଡିଏ ବିଧାୟକ ଦଳ ଭାବରେ ନିର୍ବାଚିତ ହେବା ପରେ ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମରେ ଲଗାତାର ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଆମକୁ ଆଶୀର୍ବାଦ କରିଛନ୍ତି। ମୁଁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ମୋର ହୃଦୟର କୃତଜ୍ଞତା ପ୍ରକାଶ କରୁଛି। ଜନତା ଆମକୁ ଆଶୀର୍ବାଦ କରିଛନ୍ତି, ଏବଂ ଆମେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ବିକାଶ କାର୍ଯ୍ୟ କରିବୁ। ମୁଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ପ୍ରତି ମଧ୍ୟ ମୋର କୃତଜ୍ଞତା ପ୍ରକାଶ କରୁଛି ବୋଲି ସେ ଲେଖିଛନ୍ତି।
