ହିନ୍ଦୋଳ: ପୁଣି ଜଣେ ମହିଳା ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏପରି ଏକ ଘଟଣା ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ହାତୁରା ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ହାତୁରା ପଞ୍ଚାୟତ ଅନ୍ତର୍ଗତ ବାଗୁଡାସାହିରେ ଅଜିତ୍ ବେହେରାଙ୍କ ସ୍ତ୍ରୀ ସ୍ୱାଧିନ ବେହେରା(୪୦) ସକାଳ ସମୟରେ ପୋଖରୀକୁ ଗାଧୋଇବାକୁ ଯାଉଥିବାବେଳେ ହାତୀ ସହ ମୁହାଁମୁହିଁ ହୋଇଥିଲେ। ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଅନୁଗୋଳ ଓ ପରେ ଭୁବନେଶ୍ୱରର ଏକ ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
