ହିନ୍ଦୋଳ: ଏକ ଜଙ୍ଗଲ ଅଞ୍ଚଳରେ ଦେଶୀ ମଦ ରନ୍ଧାଯାଉଥିବାର ଖବରପାଇ ପୁଲିସ୍ ଚଢ଼ାଉକରି ୨ହଜାର ଲିଟର ମହୁଲ ପୋଚକୁ ନଷ୍ଟ କରିବା ସହ ୨୫ ଲିଟର ମଦକୁ ଜବତ୍ କରି ଛାନଭିନ୍ ଜାରି ରଖିଛି। ଏପରି ଏକ ଘଟଣା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ରାସୋଳ ଥାନା ଅନ୍ତର୍ଗତ ବ୍ରହ୍ମପୁର ଜଙ୍ଗଲ ଅଞ୍ଚଳରେ ଦେଶୀମଦ ରନ୍ଧାଯାଉଥିବାର ଖବର ରାସୋଳ ପୁଲିସ୍ ପାଇଥିଲା। ରାସୋଳ ଥାନା ଅଧିକାରୀ ବିଶ୍ୱରଂଜନ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏକ ପୁଲିସ୍ ଟିମ୍ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଅଭିଯୁକ୍ତମାନେ ଜାଣିପାରି ଖସି ପଳାଇଥିବାବେଳେ ୨ହଜାର ଲିଟର ମହୁଲ ପୋଚକୁ ପୁଲିସ୍ ଟିମ୍ ନଷ୍ଟ କରିଦେବା ସହ ୨୫ ଲିଟର ମଦକୁ ଜବତ୍ କରିଛି। ଏବଂ ଅଭିଯୁକ୍ତମାନଙ୍କୁ ଧରିବାକୁ ଜାଲ ବିଛାଇଛି। ପୁଲିସ୍ ର ଏପରି ଅତର୍କିତ ଚଢାଉକୁ ନେଇ ମଦ ବେପାରୀମାନଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି।
