ବେଗୁନିଆପଡା: ସକାଳୁ ସକାଳୁ ଗଞ୍ଜାମ ଜିଲ୍ଲା କୋଦଳା ରେ ଦୁଖଦଃ ଘଟଣା ଘଟିଯାଇଛି, ମର୍ମାତୁଦ ସଡ଼କ ଦୁର୍ଘଟଣା ରେ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୧୫ ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହାତ ହୋଇଥିବା ଜଣାପଡ଼ିଛି ! ଶନିବାର ଭୋର ସମୟ ରେ ପୋଲସରା ଠାରୁ ପୁରୀ ଅଭିମୁଖେ ଘରୋଇ ଯାତ୍ରୀବାହି ବସ ଦୁର୍ଗାମାଧବ ଯାଉଥିବା ବେଳେ କୋଦଳା ଲୁହାଶଙ୍ଖ ନିକଟ ବାଲିଢ଼ାବା ସମ୍ମୁଖରେ ବିପରୀତ ଦିଗ କଟକ ଠାରୁ ଏକ ଥଣ୍ଡା ପାନୀୟ ବୋଝେଇ ଟ୍ରକ ସହିତ ମୁହାଁମୁହିଁ ଧକ୍କାହୋଇଥିଲା, ଏତେ ଜୋର ଧକ୍କା ହୋଇଥିଲା ଯେ ଉଭୟ ଗାଡିର ସମ୍ମୁଖ ଭାଗ ସମ୍ପୂର୍ଣ ଚୁର୍ଣ୍ଣ ହୋଇଯାଇଥିଲା, ଘଟଣା ସ୍ଥଳ ରେ ଥିବା ଲୋକେ ଦମକଳ ଓ ପୋଲିସ କୁ ଖବର ଦେବା ସହିତ ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଥିଲେ, ଘଟଣା ରେ ଟ୍ରକ ଡ୍ରାଇଭର ଚିପିହୋଇ ରହିଯାଇଥୁବା ବେଳେ ତାଙ୍କୁ ଯେନତେନ୍ ପ୍ରକାରେ ବାହାର କରାଯାଇ କୋଦଳା ମେଡିକାଲ କୁ ନିଆଯାଇଥିଲା କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ, ଯାତ୍ରୀବାହି ବସ ରେ ଥିବା ୧୫ ରୁ ଉର୍ଦ୍ଧ୍ୱ ଯତ୍ରୀଙ୍କୁ ଆମ୍ବୁଲାନ୍ସ ଓ ଦମକଳ ଦ୍ୱାରା କୋଦଳା ମେଡିକାଲ କୁ ନିଆଯାଇଥିବା ବେଳେ ଗୁରୁତର ଦୁଇଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ଏବଂ ଅନ୍ୟମାନଙ୍କୁ ପ୍ରାଥମିକ ଚିକିଛା କରାଯାଇ ଘରକୁ ପଠାଇ ଦିଆଯାଇଛି ! ମୃତଜ ଡ୍ରାଇଭର କଟକ ବଡମ୍ବା ର ତପନୀ ରାଉତଙ୍କ ପୁତ୍ର ବିଶ୍ୱନାଥ ରାଉତ (୫୫)ବୋଲି ଜଣାପଡ଼ିଛି, ମୁଖ୍ୟରାସ୍ତାରେ ଦୁର୍ଘଟଣା ଟି ଘଟିଥିବାରୁ କିଛି ସମୟ ପାଇଁ ଟ୍ରାଫିକ ସମସ୍ୟା ଉପୁଜିଥିଲା, କୋଦଳା ପୋଲିସ ସମସ୍ତ ସମସ୍ୟା ନିୟନ୍ତ୍ରଣ ରେ ରଖିଥିଲା !
