ବାରିପଦା: କରଞ୍ଜିଆ ବନଖଣ୍ଡ, ସାତକୋଶିଆ ରେଞ୍ଜ ଅନ୍ତର୍ଗତ ଧାତକିଡ଼ିହା ଗ୍ରାମରେ ଶନିବାର ସକାଳେ ହାତୀ ଆକ୍ରମଣରେ ଜଣେ ମହିଳା ଆହତ ହୋଇଛନ୍ତି। ଆହତ ମହିଳା ଜଣକ ହେଉଛନ୍ତି ସେହି ଗ୍ରାମର ବିଜୁଳି ବିନିସିଆ ବୋଲି ଜଣା ପଡ଼ିଛି।ତାଙ୍କୁ ଉଦ୍ଧାର କରି ପରିବାର ଲୋକେ ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛନ୍ତି। ସୂଚନା ଅନୁଯାୟୀ ହାତୀ ଆକ୍ରମଣରେ ଆହତ ମହିଳା ବିଜୁଳି ଓ ଗ୍ରାମର ଅନ୍ୟ ଜଣେ ମହିଳା ଙ୍କ ସହିତ ସକାଳ ପ୍ରାୟ ୭ ଟା ସମୟରେ ଗ୍ରାମ ନିକଟ ରେ ଥିବା ଆମ୍ବ ଗଛ ନିକଟକୁ ଆମ୍ବ ଗୋଟାଇବାକୁ ଯାଉଥିଲେ। ଯିବା ସମୟରେ ସେମାନେ ଏକ ହାତୀ ସମ୍ମୁଖରେ ପଡି ଯାଇଥିଲେ। ଜଣେ ମହିଳା ହାତୀ କୁ ଦେଖି ଦୌଡ଼ି ପଳାଇ ଯାଇଥିବା ବେଳେ ବିଜୁଳି କୁ ହାତୀ ଶୁଣ୍ଢ ରେ ପେଲି ଦେଇ ହାତୀ ସେଠାରୁ ପଳାଇ ଯାଇଥିଲା।ପରେ ସଂଜ୍ଞାହୀନ ଅବସ୍ଥାରେ ବିଜୁଳି କୁ ଗ୍ରାମବାସୀମାନେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ।ସୂଚନା ପାଇ ସାତକୋଶିଆ ବନ୍ୟ ପ୍ରାଣୀ ବିଭାଗ ର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ହାତୀ ର ଗତିବିଧି ଉପରେ ନଜର ରଖିଥିବାର ପ୍ରକାଶ ।
