ଦଶପଲ୍ଲା: ଆଜିଦିନ ୧୧ଟା ବେଳେ ଦଶପଲ୍ଲା ବ୍ଲକ ଅନ୍ତର୍ଗତ ସରିଗଣ୍ଡା ପଞ୍ଚାୟତର ରଙ୍ଗମାଟିଆ ଗାଁରେ ରହୁଥିବା କୁନା କର୍ମୀ ନାମକ ଜଣେ ବ୍ୟକ୍ତିଙ୍କ ଗ୍ରୋସରୀ ଦୋକାନ ସର୍ଟସର୍କିଟ ଯୋଗୁଁ ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାଇ ବହୁ ବେସରକାରୀ ସଂସ୍ଥା ରୁ ଋଣ ଆଣି ଗତକିଛିଦିନ ତଳେ କୁନା ଦୋକାନଟି କରିଥିବା ବେଳେ ଆଜି ନିଆଁ ଲାଗିଯିବା ପରେ ଋଣ ଟଙ୍କା କିପରି ପରିଶୋଧ କରିବେ ସେ ନେଇ କୁନାଙ୍କ ପରିବାର ଭାଙ୍ଗି ପଡିଛନ୍ତି। ଅପରପକ୍ଷେ ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁ କୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିବାବେଳେ ନିଆଁ ଲିଭିଲା ବେଳକୁ ଦୋକାନର ସମସ୍ତ ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।
