ବାରିପଦା; ମୟୁରଭଞ୍ଜ ଜିଲ୍ଲା,ରାଇରଙ୍ଗପୁର ଟାଉନ ଥାନା,ମେଡିକାଲ ଛକ ତାରିଣି ମେଡିସିନ ଷ୍ଟୋର ସମ୍ମୁଖରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ବାଇକ ଉପରକୁ କାର ଚଢ଼ିଯିବା ଫଳରେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକ ଜଣକ ୭ ନମ୍ବର ୱାର୍ଡ ଗଢ ଗ୍ରାମର ସୁମନ ସାହୁ ବୋଲି ଜଣାପଡ଼ିଛି।ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଥିବାର ଜଣାଯାଇଛି ।
