ଯୋଡ଼ା: କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ପେଟ୍ରୋଲିଂ କରୁଥିବା ଗାଡିକୁ ଭଙ୍ଗା ରୁଜା ସହ ଦୁର୍ବ୍ୟବହାର ଅଭିଯୋଗ ରେ ଥାନାରେ ଅଭିଯୁକ୍ତ କୁ ଅଟକ। ତେବେ ଅଭିଯୁକ୍ତ ଜଣକ ହେଲେ କମାର ଯୋଡ଼ା ଅଞ୍ଚଳର ବବୁଲୁ ନାଗ ବୟସ( ୩୫)।ସୂଚନା ମୁତାବକ ସୋମବାର ଦିନ ଯୋଡ଼ା ପୋଲିସ ( ଓଡ଼ି-୦୯-ଭି-୫୯୩୦) ନମ୍ବର ଥିବା ବୋଲେର ଗାଡି ରେ ପେଟ୍ରୋଲିଂ କରୁଥିବା ବେଳେ ପ୍ରାୟ ୪.୩୦ ସମୟରେ ବବଲୁ (ଜେ.ଏଚ-୨୨-ଇ-୮୨୩୮) ଏକ ପିକଅପ ଗାଡି ବେଆପରୁଆ ଭାବେ ଚଳେଇ ପୋଲିସ ଗାଡି କୁ ଓଭର ଟେକ୍ କରି ସେଠାରୁ ଫେରାର ହୋଇ ଯାଇଥିଲେ।ତେବେ ପୋଲିସ ପିକ୍ ଅପ୍ ଟିକୁ ପିଛା କରି ଯୋଡ଼ା ଇଷ୍ଟ ପାଖରେ ଅଟକେଇଥିବା ବେଳେ ବବୁଲୁ ପୋଲିସ କର୍ମୀ ଙ୍କୁ ଦୁର୍ବ୍ୟବହାର କରିବା ସହ ଏକ ଲୁହା ଛଡ଼ ରେ ପୋଲିସ ଗାଡି ଭଙ୍ଗାରୁଜା କରି ଆଗ କାଚ ଭାଙ୍ଗିଥିଲା। ତେବେ ପୋଲିସ ଅଭିଯୁକ୍ତ କୁ କାବୁ କରି ଥାନାରେ ଅଟକ ରଖି ଅଧିକ ପଚରା ଉଚରା କରୁଥିବା ଜଣାପଡିଛି।
