ପୁରୀ: ଚକ୍ରତୀର୍ଥ ରୋଡ ସ୍ଥିତ ୟୁଥ ହଷ୍ଟେଲ ପରିସର ରେ ଆଞ୍ଚଳିକ ପରିଷଦ ପକ୍ଷରୁ ଅନୁଷ୍ଠିତ ବୈଠକ ରେ ବ୍ରିଟିଶ ସରକାର ଙ୍କ ସମୟ ରୁ ପୁରୁଷ ପୁରୁଷ ଧରି ଭୋଗ ଦାଖଲ କରୁଥିବା ପ୍ରଜାମାନେ ସରକାର ଙ୍କୁ ଖଜଣା ଦେଇଆସୁଛି । ଯାହାକି ପୂ୍ୱର୍ରୁ ଅନେକ ଆଇନ ର ସଂଶୋଧନ କରାଯାଇ ମାନ୍ୟବର ନୟାଳୟ ଙ୍କ ଦ୍ୱାରା ସ୍ଥିରୀକୃତ କରାଯାଇଛି ସେହି ଆଇନ ଅନୁସାରେ ଭୋଗ ଦାଖଲ କରୁଥିବା ପ୍ରଜା ମାନେ ନିଜର ମାଲିକାନା ସତ୍ୱ ପାଇବା ସଂଗେ ସଂଗେ ଏହାକୁ ବିକ୍ରିବଟା କରିପାରିବେ ବୋଲି ଆଇନ ରେ ଉଲେଖ କରାଯାଇଛି ଉଚତାମ ନୟାଳୟଙ୍କ ରାୟ ଅନୁସାରେ ଶ୍ରୀ ମନ୍ଦିର ପରିଚାଳନା କମିଟି ଓଡିଶା ରାଜସ୍ୱ ବିଭାଗ ଠାରୁ କ୍ଷତିପୂରଣ ମଧ୍ୟ ନେଇସାରିଛି ୧୯୭୭ ମସିହା ଠାରୁ ଏହି ମାହଲା ରେ ଥିବା ପ୍ରଜାମାନେ ଓଡିଶା ସରକାରଙ୍କୁ ଖଜଣା ପୈଠ କରିଆସୁଛନ୍ତି । ଏପରିକି ଏହି ମାହାଲ ମାନଙ୍କ ରେ ଥିବା ବହୁତ ମଉଜ ରେକର୍ଡ ସଂଶୋଧନ ହୋଇଯାଇଛି ଯେଉଁଥିରେ କି ଜମିଦାର ଭାବେ ଓଡିଶା ସରକାର ଙ୍କ ନାମ ଉଲେଖ ରହିଛି କିନ୍ତୁ ପ୍ରସନିକ ଅବହେଳା ଯୋଗୁ ପୁରୀ ଓ ଖୋର୍ଦା ଜିଲ୍ଲା ର କେତେକ ମୌଜା ର ରେକର୍ଡ ସଂଶୋଧନ ତହସିଲ ରେ ଆଜିଯାଏଁ ହୋଇପାରିନି । ଓଡିଶା ଆଇନ ବିଭାଗ ଉଚ୍ଚତମ ନ୍ୟାଯ୍ୟଳୟର ରାୟ କୁ ତର୍ଜମା କରି ଏହି ଦୁଇ ମହଲାକୁ ଶ୍ରୀ ଜଗନ୍ନାଥ ମନ୍ଦିର ଜମି ପରିଚାଳନା ନିୟମ ୨୦୨୬ ରେ ସମ୍ପୃକ୍ତ କରିନାହାନ୍ତି ତେଣୁ ଜମି ରେକର୍ଡ କୁ ସଂଶୋଧନ କରି ଅଡିସସ ସରକାର ଙ୍କୁ ଜମିଦାର କାଲାମ ରେ ଉଲେଖ କରି ପୂର୍ବ ଭଳି ବହୁ ସମ୍ପତି କୁ ବିକ୍ରି ବନ୍ଧକ ଅଧିକାର ଓ ସରକାର ଙ୍କ ବିଭିର୍ନ ଉନ୍ନତି ମୂଳକ ଯୋଜନା ର ସୁଯୋଗ ଦେବାପାଇଁ ପରିଷଦ ଦାବି ରଖିଛି । ନ ହେଲେ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବା ବୋଲି ପରିଷଦ ଖବରଦାତା ସମିଳନୀ ରେ ପ୍ରକାଶ କରିଛନ୍ତି। ଏହି ବୈଠକରେ ପରିଷଦ ର ସଭାପତି ଶଶିଭୂଷଣ ଶତପଥୀ, ସମଗରା ର ବାଲୁଙ୍କେଶ୍ୱର ମହାପାତ୍ର,ବଳିଗୁଆଲି ର ସୌମ୍ୟରଞ୍ଜନ ମଲ୍ଲ, ବାଟଗାଁ ର ଉଲ୍ଲାସ ଚନ୍ଦ୍ର ଜେନା,କୈଳାଶ ବାରିକ, ଶାରଦା ପ୍ରସନ୍ନ ମହାନ୍ତି,ଗଙ୍ଗାଧର ମଲ୍ଲିକ,ଆଲୋକ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।
