ବାରିପଦା; ରାଇରଙ୍ଗପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବହଳଦା ଥାନା ଅଞ୍ଚଳର କୁଲଗି ଗ୍ରାମର ଗିରିଧାରି ସେଠୀ(୬୫) ରବିବାର ଦିନ ଗାଁ ପୋଖରିକୁ ଶୌଚ ପାଇଁ ଯାଇ ପୋଖରୀ ଭିତରକୁ ଖସିଯାଇ ମୃତ୍ୟୁବରଣ କରିଥିବା ଅଭିଯୋଗ ହୋଇଛି । ରବିବାର ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ତାଙ୍କୁ ପାଇ ନଥିଲେ । ସୋମବାର ୫ ତାରିଖ ସକାଳେ ଗ୍ରାମବାସୀମାନେ ଏକ ମୃତଦେହ ପୋଖରୀରେ ଭାସୁଥିବା ଦେଖି ବହଳଦା ଥାନାକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଓ ବହଳଦା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୮/୨୬ ମୂଳେ ରୁଜୁ କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବାର ଜଣାଯାଇଛି ।
