filter: 0; fileterIntensity: 0.0; filterMask: 0; captureOrientation: 0; runfunc: 0; algolist: 0; multi-frame: 1; brp_mask:0; brp_del_th:null; brp_del_sen:null; motionR: 0; delta:null; module: video;hw-remosaic: false;touch: (-1.0, -1.0);sceneMode: null;cct_value: 0;AI_Scene: (-1, -1);aec_lux: 318.6618;aec_lux_index: 0;albedo: ;confidence: ;motionLevel: 0;weatherinfo: weather?null, icon:null, weatherInfo:100;temperature: 39;zeissColor: bright;
ପିପିଲି: ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ଚାରି ଦଫା ଦାବିକୁ ନେଇ ଦଳ ପକ୍ଷରୁ ପିସିସି ସଭାପତି ଭକ୍ତ ଚରଣ ଦାସ ଙ୍କ ନିର୍ଦ୍ଦେଶରେ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାକୁ ସଫଳ କରିବା ପାଇଁ ଆଜି ପିପିଲି ବଜାରରେ କଂଗ୍ରେସ ପକ୍ଷରୁ ପଥପ୍ରାନ୍ତ ସଭା ଆୟୋଜିତ ହୋଇଛି। ଏହି ସଭାରେ କଂଗ୍ରେସ ନେତୃବୃନ୍ଦ ‘ଭୋଟ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ ଓ ଦେଶ ବଞ୍ଚାଅ’ ନାରା ଦେଇ ସାଧାରଣ ଲୋକଙ୍କୁ ସଚେତନ କରିବା ସହ ଆସନ୍ତା ୮ ତାରିଖର ବନ୍ଦକୁ ସମର୍ଥନ କରିବା ପାଇଁ ନିବେଦନ କରିଥିଲେ। ଏହାସହ ବନ୍ଦ ଦିନ ରାଜରାସ୍ତାରେ ଅଖଚକ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ମଧ୍ୟ ଲୋକଙ୍କୁ ଅପିଲ କରାଯାଇଥିଲା। ଏମଏମଡିଆର ଆକ୍ଟ ପ୍ରତ୍ୟାହାର, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ରାଜ୍ୟ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା-ବାତ୍ୟା ପ୍ରପୀଡ଼ିତଙ୍କୁ ସହାୟତା ପ୍ରଦାନରେ ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଏହି ଆନ୍ଦୋଳନକୁ ତୀବ୍ର କରିବ ବୋଲି ଘୋଷଣା କରିଛି। ପୁରୀ ଜିଲ୍ଲା କଂଗ୍ରେସ ସଭାପତି ରାଜେଶ ମିତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପଥପ୍ରାନ୍ତ ସଭାରେ ରାଜ୍ୟ କଂଗ୍ରେସ ଉପସଭାନେତ୍ରୀ ତଥା ପୁରୀ ଜିଲ୍ଲା ପ୍ରଭାରୀ ସସ୍ମିତା ବେହେରା, ପିସିସି ସମ୍ପାଦକ ସୋନାଲୀ ସାହୁ, ପୁରୀ ଜିଲ୍ଲା ପ୍ରଭାରୀ ଅଶୋକ କୁମାର ମଙ୍ଗରାଜ, ପିସିସି ସାଧାରଣ ସମ୍ପାଦକ ନଳିନୀ କୁମାର ସ୍ୱାଇଁ, ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ତଥା ପିପିଲି କଂଗ୍ରେସ ନେତା ପ୍ରିୟବ୍ରତ ସାମନ୍ତରାୟ, ବରିଷ୍ଠ ନେତା ଧୀରେନ୍ଦ୍ର ସାମନ୍ତରାୟ, ଜିଲ୍ଲା ଉପସଭାପତି ଗୁଣନିଧି ପ୍ରଧାନ, ପିପିଲି ବ୍ଲକ କଂଗ୍ରେସ ସଭାପତି ଜିତୁ ପ୍ରକାଶ ପରିଡ଼ା, ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ନିର୍ମଳ କୁମାର ପରିଡ଼ା, ଏନଏସି କଂଗ୍ରେସ ସଭାପତି ରଜନୀକାନ୍ତ ବସ୍ତିଆ, ଯୁବ କଂଗ୍ରେସ ସଭାପତି ଲାଲା ରାକେଶ ରାୟଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତିକୁ ସମାଲୋଚନା କରିବା ସହ ଜନସାଧାରଣଙ୍କ ସ୍ୱାର୍ଥରେ କଂଗ୍ରେସର ଆନ୍ଦୋଳନକୁ ସମର୍ଥନ କରିବାକୁ ଆହ୍ୱାନ ଦେଇଥିଲେ। ଆସନ୍ତା ୮ ତାରିଖର ଓଡ଼ିଶା ବନ୍ଦକୁ ସଫଳ କରିବା ପାଇଁ ବନ୍ଦକୁ ସଫଳ କରିବା ପାଇଁ ବ୍ୟବସାୟୀ, ଯୁବକ, ଛାତ୍ର, ମହିଳା ଓ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ିଥିଲେ। ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଓ ବିଭିନ୍ନ ଜନସମସ୍ୟାକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଥିବା କଂଗ୍ରେସ ନେତାମାନେ କହିଥିଲେ।
