ନୀଳଗିରି : ବତକ ଭାଡ଼ିରେ ବିରାଟକାୟ ଅଜଗର ସାପ ପଶି ଏକ ବତକକୁ ଗିଳିଦେଇ ଗର୍ଜନକରୁଥିବା ବେଳେ ସାପଟିକୁ ଦେଖି ପାରିବାରଲୋକେ ଭୟଭୀତ ହୋଇପଡ଼ିଥିଲେ। ସୂଚନା ମୁତାବକ ଔପଦା ବ୍ଲକ୍ ଈଶ୍ୱରପୁର ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଥିବା ସର୍ବେଶ୍ୱର ସାମଲଙ୍କ ଘରେ ଏପରି ଘଟଣା ଦେଖିବାକୁ ମିଳିଛି। ତୁରନ୍ତ ପରିବାର ଲୋକେ ସାପଧରାଳି ଶିବଶଙ୍କର ମଢୁଆଳ (ରାବଣ)କୁ ଖବର ଦେଇଥିଲେ। ଶିବଶଙ୍କର ଘଟଣାସ୍ଥଳରେ ପହଂଚି ସାପଟିକୁ ଉଦ୍ଧାରକରି ପଞ୍ଚଲିଙ୍ଗେଶ୍ୱର ବନ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି।
