ବ୍ରହ୍ମପୁର: ସମ୍ବଲପୁର ଠାରେ ୫ ଅକ୍ଟୋବର ରାଜ୍ୟସ୍ତରୀୟ ଯୁଡୋ କ୍ରୀଡ଼ା ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ଖେଳାଳିମାନେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ବିଭିନ୍ନ ଓଜନ ବର୍ଗରେ ଖେଳାଳିମାନେ ମୋଟ ୨ଟି ରୌପ୍ୟ ଓ ୪ଟି କାଂସ୍ୟ ପଦକ ହାସଲ କରିଛନ୍ତି। ଉପକନିଷ୍ଠ ବାଳିକା ବିଭାଗର ୩୨ କେଜି ବର୍ଗରେ ସାଲିନି ସ୍ୱାଇଁ କାଂସ୍ୟ ପଦକ ହାସଲ କରିଛନ୍ତି। ଉପକନିଷ୍ଠ ବାଳକ ବିଭାଗର ୩୫ କେଜି ବର୍ଗରେ ପ୍ରବୀଣ ସ୍ୱାଇଁ, ୬୦ କେଜି ବର୍ଗରେ ବିବେକ ବହାଦୁର ଏବଂ ୬୬ କେଜି ବର୍ଗରେ ନିଖିଲ ନାହାକ କାଂସ୍ୟ ପଦକ ଜିତିଛନ୍ତି। ଅନ୍ୟପକ୍ଷରେ, କନିଷ୍ଠ ବାଳକ ବିଭାଗର ୬୬ କେଜି ବର୍ଗରେ ଏସ୍. ଲକ୍ଷ୍ମଣ ରେଡ୍ଡୀ ଏବଂ ୭୩ କେଜି ବର୍ଗରେ କେ. କୁନାଲ ରାଓ ରୌପ୍ୟ ପଦକ ହାସଲ କରିଛନ୍ତି। ଦଳ ସହିତ ଗଞ୍ଜାମ ସମ୍ପାଦକ ରାଘବ କୁମାର ନାହାକ, ସହ-ସମ୍ପାଦକ କବିରାଜ ସ୍ୱାଇଁ, ପ୍ରଶିକ୍ଷକ ରାମଚନ୍ଦ୍ର ବିଷୋୟୀ ଏବଂ ମ୍ୟାନେଜର ଇନ୍ଦ୍ରଜିତ ନାହାକ ଅଫିସିଆଲ୍ ଭାବେ ଯୋଗ ଦେଇଥିଲେ। ପ୍ରତିଯୋଗିତା ପରେ ଖେଳାଳିମାନେ ରାଜ୍ୟରାଣୀ ଟ୍ରେନ୍ ଯୋଗେ ଆଜି ଦିନ ୧୧ଟା ସମୟରେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିଥିଲେ। ସେଠାରେ ୍ୱାଲକ୍ରିଷ୍ଣା ଏଜୁକେଶନାଲ ଟ୍ରଷ୍ଟ ପକ୍ଷରୁ ସେମାନଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଟ୍ରଷ୍ଟର ସଭାପତି ରାଜେଶ କୁମାର ପାତ୍ର, ପ୍ରତିଷ୍ଠାତା ସିଫୁ ଏନ. ୍ୱାଲକ୍ରିଷ୍ଣା ରେଡ୍ଡୀ , ଅରବିନ୍ଦ ସାହୁ , ବିଜେପି ଶିଳ୍ପାଞ୍ଚଳ ମଣ୍ଡଳ ସଭାପତି ପି. ରାଜେନ୍ଦ୍ର କୁମାର ଏବଂ ସମାଜସେବୀ ଆର ତ୍ରିନାଥ ରେଡ୍ଡୀ ଓ ରାଜେଶ କୁମାର ପଟ୍ଟନାୟକଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ରହି ସଫଳ ଖେଳାଳିମାନଙ୍କୁ ସମ୍ମାନିତ କରିଥିଲେ।
ଖେଳାଳିମାନଙ୍କ ଏହି ସଫଳତା ଗଞ୍ଜାମ ଜିଲ୍ଲାର କ୍ରୀଡ଼ା କ୍ଷେତ୍ରରେ ନୂଆ ଉତ୍ସାହ ସୃଷ୍ଟି କରିବା ସହ ଆଗାମୀ ଦିନରେ ଅଧିକ ସଫଳତା ପାଇଁ ପ୍ରେରଣା ଯୋଗାଇବ ବୋଲି ଉପସ୍ଥିତ କ୍ରୀଡ଼ାପ୍ରେମୀମାନେ ଆଶା ପ୍ରକାଶ କରିଛନ୍ତି।
