କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ବକ୍ସି ତୁଳସିପାଲି ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଏକ ମଇଁଷି ର ମୃତ୍ୟୁ ଘଟିଛି। ସୂଚନା ମୁତାବକ ଗ୍ରାମର ଜୈନିକ ଚାଷୀଙ୍କ ମଇଁଷି ଚରିବାକୁ ଯାଇଥିବା ବେଳେ ଗ୍ରାମର କେନାଲ ନିକଟରେ ଥିବା ସୁରକ୍ଷା ପ୍ରାଚୀର ବିହୀନ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ମଇଁଷି ର ଅକାଲ ମୃତ୍ୟୁ ଘଟିଛି।ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଏହା ଘଟିଥିବା ସମ୍ପୃକ୍ତ ଚାଷୀ ଅଭିଯୋଗ କରିଛନ୍ତି। ଏହା କଥା କହି ପାରୁ ନଥିବା ପ୍ରାଣୀ ହେଲା , ଯଦି ମଣିଷ ହୋଇଥିଲେ, କେମିତି ହୋଇଥାନ୍ତା ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି ।ଆଗାମୀ ଦିନରେ ଏହା ଲୋକଙ୍କ ପାଇଁ ଭାରି ବିପଦ ସୃଷ୍ଟି କରିବା ସମ୍ଭାବନା କୁ ନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହି ପ୍ରାଚୀର ବିହୀନ ବିପଦ ସଂକୁଳ ଅବସ୍ଥା ରେ ବସିଥିବା ଟ୍ରାନ୍ସଫର୍ମର ଜାଗାରେ ତୁରନ୍ତ ପାଚେରୀ ନିର୍ମାଣ କରିବା ସହ ଦାୟିତ୍ୱରେ ଥିବା ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ , ମଇଁଷି ର ମାଲିକ କୁ କ୍ଷତି ପୂରଣ ଦେବା ସହ ଘଟଣାକୁ ଗୁରୁତ୍ୱ ନେଇ ଜିଲ୍ଲା ପ୍ରଶାସନ ଓ ବିଦ୍ୟୁତ ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ନିରୀହ ଧନ ଜୀବନ କୁ ସୁରକ୍ଷା ଦେବା ପାଇଁ ଗ୍ରାମବାସୀ ଙ୍କ ଠାରୁ ଦାବି ହେଇଛି।
