କଳାହାଣ୍ଡି: କଲମପୁର ଥାନା ପାଣିଗାଁର ଦୟାନିଧି ନାଏକ ଙ୍କ ୪୫ ବର୍ଷିୟ ପୁଅ ଯୁଧିଷ୍ଠିର ନାଏକ ଦାଦନ ଶ୍ରମିକ ଭାବେ ବେଙ୍ଗାଲୋର ଯାଇଥିଲେ । ସେଠାରେ ୩ ମାସ କାମ କରି ଗତ ୩ତାରିଖ ଦିନ ନିଜ ଗ୍ରାମକୁ ଫେରି ଆସୁଥିଲେ ଓ ନିଜ ସହକର୍ମୀଙ୍କ ସହିତ ଟ୍ରେନ ଯୋଗେ ଫେରି ଆସୁଥ?ିବା ବେଳେ ରାୟଗଡ଼ାର ଥେରୁବାଲି ଷ୍ଟେସନ ଠାରେ ଯୁଧିଷ୍ଠିର ନିଖୋଜ ହୋଇ ଯାଇଥିଲା ଓ ଏନେଇ ସାଥୀ ଶ୍ରମିକମାନେ ଯୁଧିଷ୍ଠିର ନିଖୋଜ ହେବା ଖବର ଘର ଲୋକଙ୍କୁ ଜଣାଇଥିଲେ। ସୂଚନା ମିଳିବା ପରେ ଘର ଲୋକେ କେସିଙ୍ଗା ଠାରୁ ରାୟଗଡ଼ା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ଯୁଧିଷ୍ଠିରର କୌଣସି ସନ୍ଧାନ ମିଳିନଥିଲା। ଶେଷରେ କଲମପୁର ଥାନାରେ ଆସି ଯୁଧିଷ୍ଠିର ନିଖୋଜ ହୋଇଥିବା ନେଇ ବିରାଟ ନାଏକ ଏତଲା କରିଥିଲେ । ଏହାପରେ ରାୟଗଡା ଜିଲ୍ଲା ବିଷମକଟକ ନିକଟରେ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଥିଲା । ଫଟୋ ଦେଖି ପରିବାର ଲୋକେ ନିଖୋଜ ଯୁବକ ଯୁଧିଷ୍ଠିରଙ୍କ ବୋଲି ଚିହ୍ନଟ କରିଥିଲେ, ତୁରନ୍ତ ପରିବାର ଲୋକେ ବିଷମ କଟକ ପହଞ୍ଚି ଥିଲେ, ସେଠାରେ ପହଞ୍ଚି ଜାଣିବାକୁ ପାଇଲେ ଯେ ଶବ ମିଶନାରୀ ହସ୍ପିଟାଲରେ ରହିଛି। ଚାଟିକଣା ଗ୍ରାମର ଏକ ଖଳାରେ ଯୁଧିଷ୍ଠିରଙ୍କ ଶବ ପଡିଥିଲା । ଜମି ମାଲିକ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ମିସନାରି ହସ୍ପିଟାଲରେ ରଖିଥିଲା ଓ ପରିବାର ଲୋକେ ସେଠାରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରି ପୁଲିସ ହସ୍ତାନ୍ତର କରିଛି। ଆଜି ଯୁଧୂଷ୍ଠିରଙ୍କ ମରଶରୀର କଲମପୁର ବ୍ଲକ୍ ନିଜ ଘର ପାଣି ଗାଁକୁ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଦାହ ସଂସ୍କାର କରାଯାଇଛି।
