ନୟାଗଡ: ମହୁ ସଂଗ୍ରହ କରିବାକୁ ଯାଇ ପଥର ମଝିରେ ଫସିଛି ନାବାଳକଙ୍କ ମୁଣ୍ଡ, ଦୀର୍ଘ ୯ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାର ହେଲା ନାବାଳକ । ସୂଚନା ଅନୁଯାଇ ନୟାଗଡ ଓଡଗାଁ ଥାନା ଗଜେନ୍ଦ୍ରପଲ୍ଲୀ ଗ୍ରାର ୧୨ ବର୍ଷର ନବାଳକ ଶିବୁ ପ୍ରଧାନ ମହୁ ସଂଗ୍ରହ କରିବା ପାଇଁ ସ୍ଥାନୀୟ ଚୋରଖୋଲକୁ ଯାଇଥିଲେ । ମହୁ ସଂଗ୍ରହ ବେଳେ ନାବାଳକ ଜଣକ ମୁହ ପଥର ଖୋଲରେ ଫସି ଯାଇଥିଲା । ସାଥିରେ ଯାଇଥିବା ଅନ୍ୟ ଯୁବକ ମାନେ ଜାଣିବା ପରେ ଓଡ଼ଗାଁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପରେ ନୟାଗଡ ଓ ଭୁବନେଶ୍ୱର ଅଗ୍ନିଶମ ଟିମ ପହଞ୍ଚି ଦୀର୍ଘ ୯ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ ପରେ ନାବାଳକକୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ନାବାଳିକକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଜାଇଛି । ନାବାଳକର ସ୍ୱାସ୍ଥ୍ଯ ସ୍ଥିର ଥିବା ଜଣା ପଡିଛି ।
