ବାରିପଦା; ଗତକାଲି ସନ୍ଧ୍ୟା ରେ ମୟୁରଭଞ୍ଜ ଜିଲ୍ଲା, ଯଶିପୁର ଥାନା, ବଡ ପାହାଡ଼ ଗ୍ରାମର ମହେନ୍ଦ୍ର ନାଥ ମହାନ୍ତ ବନ୍ଦିରା ପୋଷି ଗ୍ରାମକୁ ସନ୍ଧ୍ୟା ସମୟରେ ଯାଇ ଆଉ ଘରକୁ ଫେରି ନଥିଲେ । ତାଙ୍କ ପତ୍ନୀ ପୁଷ୍ପଲତା ମହାନ୍ତ (୪୦) ପରିବାର ସହ ଚାରି ଆଡ଼େ ଖୋଜା ଖୋଜି କରି ତାଙ୍କ ସନ୍ଧାନ ପାଇନଥିଲେ । ପରବର୍ତୀ ଦିନ ତାଙ୍କ ସ୍ୱାମୀ ମହେନ୍ଦ୍ର ଙ୍କ ଶବ ଏହି ଥାନା ଅନ୍ତର୍ଗତ ବାଉଁଶନାଳି ଗ୍ରାମର ମାଳତୀ ଲୋହାର ଙ୍କ ଘରେ ପଡିଥିବାର ଖବରପାଇ ଥାନାରେ ଜଣାଇଥିଲେ । ପୋଲିସ ଘଟଣାସ୍ଥଳ କୁ ଯାଇ ମୃତ ଦେହ କୁ ସନାକ୍ତ କରିବା ସହ ମାଳତୀ ଲୋହାର (୫୨) ଙ୍କୁ ପଚରା ଉଚରା କରିଥିଲେ । ସେ ହତ୍ୟା କରିଛି ବୋଲି ସନ୍ଦେହ କରି ମାଳତୀ ଙ୍କୁ ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ କରୁଥିବାର ଜଣାଯାଇଛି । ପଚରା ଉଚରା ସମୟରେ ମାଳତୀ ଲୋହାର ମହେନ୍ଦ୍ର ଙ୍କୁ ହତ୍ୟା କରିଥିବାର କହିଥିବାବେଳେ ପୋଲିସ ଥାନା କେଶ ନଂ ୩୩୪/୨୬ ମୂଳେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରିବା ସହିତ ଶବ ବ୍ୟବଚ୍ଛେଦର ବ୍ୟବସ୍ଥା କରିଥିବାର ଆଇ ଆଇ ସି ରାଜେଶ କୁମାର ରାଜ ସୂଚନା ଦେଇଛନ୍ତି ।
