ଚଣ୍ଡିଖୋଲ: ଶନିବାର ସକାଳେ ଚଣ୍ଡିଖୋଲ ନିକଟରେ ଜାବିଅର ଘରୋଇ ସ୍କୁଲର ୧୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଗାଡିଟି ସମୟରେ ଭାରସାମ୍ୟ ହରାଇ ଓଲଟି ପଡିବାରୁ ସମସ୍ତ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି କ୍ଷ ସୂଚନା ଅନୁସାରେ ଆଜି ବଡ଼ଚଣା ଶିକ୍ଷାମଣ୍ଡଳ ଅନ୍ତର୍ଗତ ଏକ ଘରୋଇ ସ୍କୁଲ ର ପିଲାମାନଙ୍କୁ ନେଇ ପିକପ ଭ୍ୟାନ ସ୍କୁଲକୁ ଯାଉଥିଲା କ୍ଷ ଧାନମଣ୍ଡଳ ଦେଇ ଯାଉଥିବା ଏହି ପିକପ ଭ୍ୟାନଟି ସ୍କୁଲ ଠାରୁ ମାତ୍ର ଏକଶହ ମିଟର ଦୂରରେ ଯାଉଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା କ୍ଷ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ୧୫ ଜଣ ଛାତ୍ରଛାତ୍ରୀଙ୍କୁ ଆମ୍ବୁଲାନ୍ସ ଯୋଗେ ବଡ଼ଚଣା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଯାଇଥିଲା କ୍ଷ ସେଠାରେ ସମସ୍ତ ପିଲାଙ୍କୁ ଚିକିତ୍ସା କରିବା ପରେ ଅବିଭାବକ ସହିତ ସ୍କୁଲ କର୍ତ୍ତୃପକ୍ଷ ପଠାଇଦେଇଥିବା ସ୍କୁଲ ଅଧ୍ୟକ୍ଷ ପଦ୍ମନାଭ ରଥ ସୂଚନା ଦେଇଛନ୍ତି କ୍ଷ ତେବେ ସରକାରଙ୍କ ଏତେ କଟକଣା ପରେ ଗୋଟିଏ ପିକପରେ ୧୫ ଜଣ ପିଲାଙ୍କୁ କିପରି ନିଆଯାଉଥିଲା ଏହାକୁ ନେଇ ପ୍ରଶ୍ନବାଚି ସୃଷ୍ଟି କରିଛି କ୍ଷ ତେବେ ଗାଡିରେ ଥିବା ସମସ୍ତ ପିଲା ସୁସ୍ଥ ଥିବା ବେଳେ ଗାଡିଚାଳକ ସାମାନ୍ୟ ଆହତ ହୋଇଥିବା କୁହାଯାଉଛି କ୍ଷ
