ନୀଳଗିରି: ଭୋର ସମୟରେ ଶୌଚ ପାଇଁ ଯାଉଥିବା ବେଳେ ଦୁଇଟି ଭାଲୁ ଅତର୍କିତ ଭାବେ ଆକ୍ରମଣ କରିଛନ୍ତି ।ଯାହା ଫଳରେ ବୃଦ୍ଧ ଜଣଙ୍କ ଗୁରୁତର ହୋଇଛନ୍ତି!ଏପରି ଏକ ଘଟଣା ଘଟିଛି ଜୁରିଆପାଟଣା ଗାଁର ।ଘଟଣାରୁ ପ୍ରକାର ଭାଲୁ ଆକ୍ରମଣରେ ଶିକାର ହୋଇଥିବା ଗୁରୁତର ବୃଦ୍ଧ ଜଣକ ହେଉଛନ୍ତି ଜୁରିଆପାଟଣା ଗାଁର କୈଳାଶ ଧାଉଁଡିଆ। ଭୋର ପ୍ରାୟ ୫ଟା ସମୟରେ ଶୌଚ ପାଇଁ ଘରୁ ବାହାରିଥିବା ବେଳେ ଘର ସମ୍ମୁଖରେ ଦୁଇଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ କୈଳାଶଙ୍କ ବେକ, ହାତ ଓ ଗୋଡ଼ରେ ଗଭୀର କ୍ଷତ ହୋଇଛି। ପରିବାର ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନୀଳଗିରି ମେଡିକାଲରେ ଭର୍ତ୍ତି କରିଛନ୍ତି। ଖବର ପାଇ କୁଳଡିଆ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଅଞ୍ଚଳରେ ଭାଲୁଙ୍କ ଆତଙ୍କ ଦେଖି ଲୋକଙ୍କ ମଧ୍ୟରେ ଭୟ ଦେଖାଦେଇଛି।ନୀତିଦିନ ନୀଳଗିରି ଅଂଚଳରେ ଭାଲୁ, ହାତୀ ଆକ୍ରମଣରେ କେହିନା କେହି ଶିକାର ହେଉଥିବା ବେଳେ ଜଙ୍ଗଲ ବିଭାଗ ବନ୍ୟାଜନ୍ତୁ ମାନଙ୍କୁ ଜଙ୍ଗଲ ଭିତରେ ସୁରକ୍ଷା ଦେଇପାରୁନଥିବାରୁ ଗାଁକୁ ପ୍ରବେଶ କରି ଧନ ଜୀବନ ହାନୀ କରିଚାଲିଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଚାଲୁଛନ୍ତି!ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଜନସାଧାରଣ ବିଭାଗ ଉପରେ ତାଙ୍କ ପରିବାପାଣିଆ ଉପରେ ଅଙ୍ଗୁଳି ଉଠାଇଛନ୍ତି!
