ବାଲୁଗାଁ: ଅବକାରୀ ଅଧୀକ୍ଷକ ଅଜିତ ପାତ୍ରଙ୍କ ତତ୍ତ୍ୱାବଧାନରେ ବାଲୁଗାଁ ଅବକାରୀ ବିଭାଗ ଓ ବାଲୁଗାଁ ରେଳ ସୁରକ୍ଷା ବଳ ମିଳିତ ସହଯୋଗରେ ଷ୍ଟେସନ ରୋଡ ନିକଟରୁ ୧୨ କେଜି ଗଞ୍ଜେଇ ଜବତ କରିବାସହ ଜଣେ ଗିରଫ ହୋଇଛନ୍ତି।ଅଭିଯୁକ୍ତ ଜଣକ ବିହାର ନୱାଦା ଜିଲ୍ଲା ନରହଟ ଥାନା ଅନ୍ତର୍ଗତ କର୍ମା ଗ୍ରାମର ବାଙ୍କେ ରାମଙ୍କ ପୁଅ ଅଂଶୁ କୁମାର(୨୪) ବୋଲି ଜଣାପଡ଼ିଛି ।ଖବର ମୁତାବକ ମଙ୍ଗଳବାର ସକାଳେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ଅବକାରୀ ଅଧୀକ୍ଷକ ଶ୍ରୀ ପାତ୍ରଙ୍କ ନେତୃତ୍ୱରେ ବାଲୁଗାଁ ଅବକାରୀ ବିଭାଗ ଓ ରେଳ ସୁରକ୍ଷା ବଳ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ ବେଳେ ୪ ନଂ ପ୍ଲାଟଫର୍ମ ବାହାର ଗେଟ୍ ଉମାମହେଶ୍ୱର ରୋଡ ନିକଟରୁ ସନ୍ଦିଗ୍ଧ ଅବସ୍ଥାରେ ଜଣେ ବ୍ୟକ୍ତିକୁ ଅଟକ ରଖି ଯାଞ୍ଚ କରିଥିବା ବେଳେ ତା ନିକଟରୁ ୧୨ କେଜି ଗଞ୍ଜେଇ ଜବତ କରାଯାଇଥିଲା।ଏନେଇ ବାଲୁଗାଁ ଅବକାରୀ ଥାନାରେ ୧୭୮/୨୦୨୬-୨୭ ରେ ମାମଲା ରୁଜୁକରି ଅଭିଯୁକ୍ତ ଅଂଶୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବାଲୁଗାଁ ଅବକାରୀ ଅଧିକାରୀ ସୋମ୍ୟ ରଞ୍ଜନ ବେହେରା କହିଛନ୍ତି।
