କଟକ: ବାରବାଟୀ ଷ୍ଟାଡିୟମ୍ରେ ଚାଲିଥିବା ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍—ସିଏମ୍ ଟ୍ରଫିର ଏକ୍ସିବିସନ୍ ମ୍ୟାଚ୍ରେ ଓସିଏ ମହିଳା ବ୍ଲୁ ଦମଦାର ପ୍ରଦର୍ଶନ କରି ଓସିଏ ମହିଳା ଗ୍ରୀନ୍କୁ ୭ ୱିକେଟ୍ରେ ପରାସ୍ତ କରିଛି।ମଙ୍ଗଳବାର ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଏହି ପ୍ରଦର୍ଶନୀ ମ୍ୟାଚଆୟୋଜିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଓସିଏ ମହିଳା ଗ୍ରୀନ୍ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୧୨ ରନ୍ ସଂଗ୍ରହ କରିଥିଲା। ମାତ୍ର ୧୦ ରନ୍ରେ ୩ ୱିକେଟ୍ ହରାଇ ଦଳ ଆରମ୍ଭରୁ ସଙ୍କଟରେ ପଡ଼ିଥିଲା। ଏହାପରେ ତନ୍ମୟୀ ବେହେରା ଓ ସଙ୍ଗୀତା ଖଡ଼ିଆ ପାଳି ସମ୍ଭାଳିଥିଲେ। ଉଭୟ ଚତୁର୍ଥ ୱିକେଟ୍?ରେ ୩୫ ରନ୍ ଯୋଡ଼ିଥିଲେ। ତନ୍ମୟୀ ୧୫ ବଲ୍ରୁ ୨୧ ରନ୍ କରି ଆଉଟ୍ ହୋଇଥିଲେ। ସଙ୍ଗୀତା ଖଡ଼ିଆ ଦଳର ସ୍କୋ?ର୍କୁ ଆଗକୁ ନେଇଥିଲେ। ତେବେ ସେ ୩୩ ବଲ୍?ରୁ ୩୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ପରେ ମୋନାଲିଶା ରାଉତ ଓ ବିଜୟଲକ୍ଷ୍ମୀ ବେହେରା ଗୁରୁତ୍ୱପୂର୍ଣ୍ଣ ରନ୍ ସଂଗ୍ରହ କରି ଗ୍ରୀନ୍ର ସ୍କୋ?ର୍କୁ ୧୦୦ ରନ୍? ପାର କରାଇଥିଲେ। ମୋନାଲିଶା ୨୮ ବଲ୍?ରୁ ୨୫ ଏବଂ ବିଜୟଲକ୍ଷ୍ମୀ ୨୩ ବଲ୍ରୁ ୧୭ ରନ୍ କରିଥିଲେ। ବ୍ଲୁ ପକ୍ଷରୁ ଜିଏମ୍ ଆଲକନନ୍ଦା ଚମତ୍କାର ବୋଲିଂ କରି ୪ ଓଭରରେ ମାତ୍ର ୧୨ ରନ୍ ଦେଇ ୨ଟି ୱିକେଟ୍ ହାସଲ କରିଥିଲେ। ୧୧୩ ରନ୍ର ବିଜୟ ଲକ୍ଷ୍ୟର ପିଛା କରି ବ୍ଲୁ ଭଲ ଆରମ୍ଭ କରିଥିଲା। ଆଲିପ୍ସା ବିଶ୍ୱାଳ ଓ ଶିଳ୍ପା ସ୍ୱାଇଁଙ୍କ ମଧ୍ୟରେ ପ୍ରଥମ ୱିକେଟ୍ରେ ୬୮ ରନ୍?ର ଭାଗୀଦାରି ହୋଇଥିଲା। ପ୍ରଥମ ୧୦ ଓଭରରେ ଉଭୟ ଦଳର ସ୍କୋ?ର୍କୁ ମଜବୁତ ସ୍ଥିତିରେ ପହଞ୍ଚାଇଥିଲେ। ଶିଳ୍ପା ୩୧ ବଲ୍?ରୁ ୨୬ ରନ୍? କରି ଆଉଟ୍? ହୋଇଥିଲେ। ଏହାପରେ ବ୍ଲୁ ଆଉ ୨ଟି ୱିକେଟ୍? ହରାଇଥିଲେ ମଧ୍ୟ ଦଳର ବିଜୟ ଉପରେ କୌଣସି ପ୍ରଭାବ ପଡ଼ିନଥିଲା। ଶେଷ ଓଭରରେ ବ୍ଲୁ ବିଜୟ ହାସଲ କରିଥିଲା। ପ୍ରଜ୍ଞାନ ପି. ମହାନ୍ତି ୩୨ ବଲ୍ରୁ ୨୭ ରନ୍ କରି ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ମ୍ୟାଚ୍ ପରେ ବ୍ଲୁ ଦଳର ଅଧିନାୟକ ସୁଭ୍ରା ସ୍ୱାଇଁ କହିଥିଲେ, ଦଳ ଯେଉଁ ଯୋଜନା କରିଥିଲା, ସେହି ଅନୁସାରେ ଖେଳିବାରେ ସଫଳ ହୋଇଛି। ଦଳର ପ୍ରତ୍ୟେକ ସଦସ୍ୟ ନିଜ ଭୂମିକାକୁ ଦାୟିତ୍ୱର ସହ ପାଳନ କରିଥିବାରୁ ଏହା ଏକ ସମ୍ପୂର୍ଣ୍ଣ ଦଳଗତ ପ୍ରଦର୍ଶନ ଥିଲା। ମହିଳା କ୍ରିକେଟ?ର୍ମାନଙ୍କ ପାଇଁ ଏଭଳି ମଞ୍ଚ ପ୍ରଦାନ କରିଥିବାରୁ ସେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍କୁ ଧନ୍ୟବାଦ ଜଣାଇବା ସହ ଭବିଷ୍ୟତରେ ଆହୁରି ଏଭଳି ସୁଯୋଗ ମିଳିବ ବୋଲି ଆଶା ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ଏହା ଏକ ପ୍ରଦର୍ଶନୀ ମ୍ୟାଚ୍ ହୋଇଥିଲେ ମଧ୍ୟ ଦଳ ଏହାକୁ ଏକ ପ୍ରତିଯୋଗିତାମୂଳକ ମ୍ୟାଚ୍ ଭଳି ଖେଳିଥିଲା। ମ୍ୟାଚ୍କୁ ପ୍ରଦର୍ଶନୀ ଖେଳ ଭାବେ ନେଇନଥିଲେ ବୋଲି ସେ କହିଥିଲେ। ଏହି ମ୍ୟାଚ୍ରେ ଚମତ୍କାର ବୋଲିଂ ପାଇଁ ଜିଏମ୍ ଆଲକନନ୍ଦାଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ଭାରତ ମସଲାର ନିର୍ଦ୍ଦେଶକ ଶ୍ରୀମନ୍ତ ପଣ୍ଡା ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ।
