ଆସିକା: ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଖୁକୁଣ୍ଡିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗତ ୨୮ ତାରିଖ ଦିନ ପ୍ରାୟ ୧୧ ଘଟିଂଆ ସମୟରେ ନିଜ କୁକୁଡା ଫାର୍ମରେ ଦାନା ଦେଉଥିବା ବେଳେ ଏକ ବିଷଧର କୋଳଥିଆ ନାଗ ସାପ ୪୧ ବର୍ଷିୟ ମନୋଜ କୁମାର ସାହୁଙ୍କୁ ଦଶଂନ କରିଥିଲା । ଏହି ଘଟଣା ଘଟିବା ବେଳେ ନିକଟରେ ଥିବା କୁକୁଡା ଫାର୍ମ କର୍ମଚାରୀ ମାନେ ପରିବାର ଲୋକଙ୍କୁ ଜଣାଇଥିଲେ । ଏହାପରେ ଆସିକା ନିକଟ ବାଲିସିରା ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କାର୍ଯ୍ୟରତ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ବ୍ରହ୍ମପୁର ବଡ ମେଡିକାଲ ଠାରେ ଆଜି କାର୍ଯ୍ୟରତ ଡାକ୍ତରତ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଘୋଷିତ କରିଥିଲେ । ଏହାପରେ ବ୍ରହ୍ମପୁର ମେଡିକାଲ ଠାରେ ତାଙ୍କର ଶବ ବ୍ୟବଚ୍ଚେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହାପରେ ପରିବାର ଲୋକ ଏବଂ ବନ୍ଧୁ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଖୁକୁଣ୍ଡିଆ ଗ୍ରାମ ଶ୍ମସାନରେ ଅନ୍ତେଷ୍ଟିକ୍ରିୟା କରାଯାଇଥିଲା । ସ୍ୱର୍ଗତ ମନୋଜ କୁମାର ସାହୁ ଜଣେ ମିଷ୍ଟଭାଷୀ, ମେଳାପି ଏବଂ ଉତମ ଚରିତ୍ରବାନ ବ୍ୟକ୍ତି ଥିଲେ । ତାଙ୍କ ପରିବାର କହିଲେ ମା, ସ୍ତ୍ରୀ ଏବଂ ଗୋଟିଏ ପୁଅ ଓ ଝିଅକୁ ନେଇ ଘର ସଂସାର । ତାଙ୍କ ପରିବାର ଏବେ ବେସାହାରା ସାଙ୍ଗକୁ ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇଥିବା ଜଣାଯାଇଛି । ଶେଷ ସମୟରେ ତାଙ୍କୁ ଦର୍ଶନ ପାଇଁ ଖୁକୁଣ୍ଡିଆ ଗ୍ରାମବାସୀ ଓ ଏହାର ଆଖପାଖ ଅଚଂଳରୁ ଶତାଧିକ ବନ୍ଧୁ ପ୍ରିୟଜନ ବାସଭବନରେ ପହଁଚି ଥିଲେ । ସେ ଖୁକୁଣ୍ଡିଆ ହାଇସ୍କଲ ପରିଚାଳନା କମିଟି ସଭାପତି ଦାୟିତ୍ୱରେ ରହିଥିବା ବେଳେ ତାଙ୍କ ବିୟୋଗରେ ବିଦ୍ୟାଳୟ ଓ ବନ୍ଧୁ ପ୍ରିୟଜନ ଅଶୋକ କୁମାର ଜେନା, ମିଥୁନ ବରାଡ, ସଞ୍ଜୟ କୁମାର ସାହୁ, ଅଶୋକ କୁମାର ସାହୁ, ସନ୍ତୋଷ କୁମାର ପରିଡା, ସଞ୍ଜନ ସ୍ୱାଇଁ ସମେତ ବହୁ ଗ୍ରାମବାସୀଙ୍କ ଉପସ୍ଥିତିରେ ଏକ ଶୋକ ସଭା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରଭୁ ଜଗନ୍ନାଥ ତାଙ୍କ ଅମର ଆତ୍ମାର ସଦଗତି କରନ୍ତୁ ବୋଲି ପ୍ରାର୍ଥନା କରାଯାଇଥିଲା ।
