ବାରିପଦା; ମାଛ ଧରିବାକୁ ଯାଇ ନାଳ ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ କୁଚିଳାଘାଟୀ ପଞ୍ଚାୟତ ଖସାଡିହା ଗ୍ରାମର ୫୮ ବର୍ଷୀୟ ସନାତନ ସିଂ। ସୂଚନା ଅନୁସାରେ, ସନାତନ ମାଛ ଧରିବା ପାଇଁ ନିକଟସ୍ଥ ନାଳକୁ ଯାଇଥିଲେ। ତେବେ ଅସାବଧାନତା ବଶତଃ ନାଳର ଗଭୀର ପାଣିରେ ବୁଡ଼ିଯାଇଥିଲେ। ଘଟଣା ସମ୍ପର୍କରେ ୧୧୨ ନମ୍ବରକୁ ଫୋନ କରା ଯିବା ପରେ ବାଲିଡିହା ଅଗ୍ନିଶମ ବାହିନୀର ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ କର୍ମଚାରୀ ମାନେ ନାଳରୁ ସନାତନଙ୍କ ମୃତଦେହ ଉଦ୍ଧାର କରି ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବାର ଜଣାପଡ଼ିଛି। ଏନେଇ ବାଲିଡିହା ଅଗ୍ନିଶମ କାର୍ଯ୍ୟାଳୟର ମୁଖ୍ୟ ଫାୟାର ଫାଇଟର ଜଗନ୍ନାଥ ହେମ୍ବ୍ରମ ସୂଚନା ଦେଇଛନ୍ତି।
